Breaking PLUSଦେଶ ବିଦେଶମୁଖ୍ୟ ଖବର

ଗିରଫ ହୋଇପାରନ୍ତିି ରିୟା !

ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରିପାରେ ଏନସିବି । ନାର୍କୋଟିକ୍ସ ବ୍ୟୁରୋ କାର୍ଯ୍ୟାଳୟରେ ରିୟାଙ୍କୁ ଡ୍ରକ୍ସ ଲିଙ୍କ ମାମଲାରେ ଜେରା ଜାରି ରହିଛି। ଆଜି ସକାଳୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ରିୟାଙ୍କ ଘରେ ପହଞ୍ଚି ତାଙ୍କୁ ସମନ୍ ଜାରି କରିଥଲେ ।

ମୁମ୍ବାଇ: ଆଜି ଗିରଫ ହୋଇପାରନ୍ତି ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରିପାରେ ଏନସିବି । ନାର୍କୋଟିକ୍ସ ବ୍ୟୁରୋ କାର୍ଯ୍ୟାଳୟରେ ରିୟାଙ୍କୁ ଡ୍ରକ୍ସ ଲିଙ୍କ ମାମଲାରେ ଜେରା ଜାରି ରହିଛି। ଆଜି ସକାଳୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ରିୟାଙ୍କ ଘରେ ପହଞ୍ଚି ତାଙ୍କୁ ସାମନ୍ ଜାରି କରିଥିଲେ । ସାଙ୍ଗରେ ମୁମ୍ବାଇ ପୋଲିସର ଅଧିକାରୀ ମଧ୍ୟ ଥିଲେ । ସକାଳ ସାଢେ଼ 10ଟାରେ ତାଙ୍କୁ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ନୋଟିସ ହୋଇଥିଲା । ଡ୍ରଗ୍ସ ଲିଙ୍କ୍ ମାମଲାରେ ପୂର୍ବରୁ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିସାରିଛି ଏନସିବି । ପଚରା ଉଚରାରେ ରିୟା ଡ୍ରଗ୍ସ ସେବନ କରୁଥିବା ନେଇ ସୌଭିକ ଏନସିବି ଆଗରେ ସ୍ୱୀକାର କରିଥିବା ଜଣାପଡିଛି । ସେ ଆଧାରରେ ଆଜି ରିୟାଙ୍କୁ ପଚରାଉଚରା କରାଯାଉଛି । ଏବଂ ଆଜି ହିଁ ତାଙ୍କୁ ଏନସିବି ଗିରଫ କରିପାରେ ବୋଲି ସୂଚନା ମିଳିଛି ।

 

Show More

Related Articles

Back to top button