Breaking PLUSଦେଶ ବିଦେଶମୁଖ୍ୟ ଖବର

ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ, 3 ଭାରତୀୟ ଯବାନ ସହୀଦ

ପାକିସ୍ତାନ ପକ୍ଷରୁ ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ ହେବାରୁ ସୀମାରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି  ।  ଗୁରୁବାର ସକାଳେ ପାକିସ୍ତାନ ପୁଞ୍ଝ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ସେନା ପ୍ରବଳ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି।

ଅନ୍ୟପଟେ କୁପଓ୍ଵାଡାର ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି।

ସେନା ମୁଖ୍ୟଙ୍କ ସୂଚନାନୁସାରେ, ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ପାକିସ୍ତାନ ତରଫରୁ ଅଚାନକ ମୋର୍ଟାର ମାଡ ହୋଇଥିଲା। ଫଳରେ ୨ ଜଣ ଯବାନ ସହିଦ ହୋଇଥିଲେ। ଆହତ ଯବାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ତେବେ ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା। ତେବେ ଏହି ମାମଲାରେ କେତେ ପାକ୍‌ ସେନାଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ।

ଏହା ପୂର୍ବରୁ ପାକିସ୍ତାନ ସେନା ପୁଞ୍ଝ ସେକ୍ଟରରେ ଯୁଦ୍ଧ ବିରତି ଉଲ୍ଲଘଂନ କରି ପ୍ରବଳ ଗୁଳିମାଡ଼ କରିଥିଲେ। ଯାହାଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ୨ ଜଣ ଯବାନ ଆହତ ହୋଇଥିଲେ।

ଗତ ୮ ମାସ ମଧ୍ୟରେ ପାକିସ୍ତାନ ୩,୦୦୦ରୁ ଅଧିକ ଥର ଯୁଦ୍ଧ ବିରତି ଉଲ୍ଲଘଂନ କରିଛି। ସୂଚନା ଥାଉ କି, ୨୦୦୩ରେ ଭାରତ-ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ବୁଝାମଣା ହୋଇଥିଲା  ।

Show More

Related Articles

Back to top button