Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬,୮୨୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କରୋନାର ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬,୮୨୧ ନୂଆ କରୋନା ଆକ୍ରାନ୍ତ ରୋଗୀ

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କରୋନାର ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬,୮୨୧ ନୂଆ କରୋନା ଆକ୍ରାନ୍ତ ରୋଗୀ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୩ଲକ୍ଷ ୧୨ ହଜାର ୫୮୫କୁ ବୃଦ୍ଧି ପାଇଛି । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୮୧ ଜଣଙ୍କ ଜୀବନ ନେଇଛି କରୋନା । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୯୮ ହଜାର ୬୭୮କୁ ବୃଦ୍ଧି ପାଇଛି ।

ଏହା ସହ ଦେଶରେ ସୁସ୍ଥଙ୍କ ସଂଖ୍ୟା ୫୨ ଲକ୍ଷ ୭୩ ହଜାର ୨୦୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୦ ହଜାର ୭୦୫ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୧୮ ହଜାର ୩୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୮ ହଜାର ୮୫୬, କେରଳରୁ ୮ ହଜାର ୮୩୦, ଆନ୍ଧ୍ରପ୍ରଦେଶରୁ ୬ ହଜାର ୧୩୩ ପଜିଟିଭ୍ କେସ୍ ବାହାରିଛି ।

Show More

Related Articles

Back to top button