Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ସମ୍ମୁଖରେ ମା ବେକରେ ଛୁରି ଲଗାଇଲା ଉନ୍ମାଦ ପୁଅ

ବିଧାନସଭା ଚାଲିଥିବା ସମୟରେ ଜଣେ ଯୁବକର ଉନ୍ମତ୍ତ କାଣ୍ଡ ମା' ବେକରେ ପୁଅ ଛୁରୀ ଲଗାଇଥିବା ଦେଖିବାକୁ ମିଳିଛି  । ବହୁ କଷ୍ଟରେ ମହିଳାଙ୍କୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି 

ବିଧାନସଭା ଚାଲିଥିବା ସମୟରେ ଜଣେ ଯୁବକର ଉନ୍ମତ୍ତ କାଣ୍ଡ ମା’ ବେକରେ ପୁଅ ଛୁରୀ ଲଗାଇଥିବା ଦେଖିବାକୁ ମିଳିଛି  । ବହୁ କଷ୍ଟରେ ମହିଳାଙ୍କୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି  ।

ମହିଳାଙ୍କୁ ପଚରାଉଚୁରା କରିବାରୁ ଜଣାପଡିଛି ଯେ, ସେ ତାଙ୍କର ନିଜ ପୁଅ । ମାନସିକ ରୋଗରେ ପୀଡିତ ଥିବାରୁ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ପୁଅ ହଠାତ ବିଧାନସଭା ଆଗକୁ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ।

ଯେହେତୁ ବିଧାନସଭା ଅଧିବେଶନ ଜାରି ରହିଛି, ବିଧାନସଭା ଆଗରେ ସୁରକ୍ଷାକର୍ମୀ ନିୟୋଜିତ ଥିଲେ । ଯୁବକ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଥିବା ଦେଖି ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦୌଡି ଆସିଥିଲେ । ପୋଲିସ ଓ ସୁରକ୍ଷାକର୍ମୀ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଥିଲେ ।

ତେବେ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ନା ଏହି କାଣ୍ଡ ଘଟାଇବା ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Show More

Related Articles

Back to top button