Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ସମସ୍ତ କଲେଜରେ ବଢ଼ିଲା ପ୍ରଥମ ପ୍ରର୍ଯ୍ୟାୟ +୩ ନାମଲେଖା ଅବଧି

ରାଜ୍ୟର ବିଭିନ୍ନ କଲେଜରେ ଆରମ୍ଭ ହୋଇଥିବା ଯୁକ୍ତ ତିନି ପ୍ରଥମ ପ୍ରଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି

ରାଜ୍ୟର ବିଭିନ୍ନ କଲେଜରେ ଆରମ୍ଭ ହୋଇଥିବା ଯୁକ୍ତ ତିନି ପ୍ରଥମ ପ୍ରଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି । ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ ସିଲେକ୍ସନର ନାମ ଲେଖା ତାରିଖ ଆସନ୍ତା 6 ତାରିଖ ଯାଏଁ ବଢିଛି । ଫାଷ୍ଟ ସିଲେକ୍ସନର ନାମ ଲେଖା ପାଇଁ ମନୋନୀତ ପିଲାମାନଙ୍କର ତଥ୍ୟର ଅନଲାଇନ୍ ଅପଡେଟର ତାରିଖ ସେପ୍ଟେମ୍ବର 29ରୁ ଅକ୍ଟୋବର 6 ତାରିଖକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ସାତ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନ ତାଲିକା ପ୍ରକାଶ ପାଇବ । ସେହିପରି ଆସନ୍ତା 13 ତାରିଖରେ ସେକେଣ୍ଡ ସିଲେକ୍ସନ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । 16 ତାରିଖ ରାତି ସୁଦ୍ଧା ଆଡମିଶନ୍‌ ଫି’ ଦାଖଲ କରିବେ ସେକେଣ୍ଡ ମେରିଟ୍ ଲିଷ୍ଟ ତାଲିକାରେ ଥିବା ପିଲା । 19 ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ନାମଲେଖା ଡାଟା ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button