ଦେଶ ବିଦେଶ

ରହିବେ ନା ବାହାରିବେ ଇମ୍ରାନ ?

ସଂସଦରେ ହେବ ଫଇସଲା

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଦୂର ହେଉନି ସମସ୍ୟା । ସେ ଗାଦିରେ ରହିବେ ନା ନାହିଁ ତାହା ଆଜି ଅର୍ଥାତ ରବିବାର ହିଁ ଜଣାପଡିବ । ଏବେ ସଂସଦରେ ଯେଉଁ ସାଂସଦଙ୍କ ସଂଖ୍ୟା ରହିଛି ତାହା ଇମ୍ରାନଙ୍କ ବିପକ୍ଷରେ ରହିଛି । କିନ୍ତୁ ଇମ୍ରାନ ଶେଷ ପର୍ଯ୍ୟନ୍ତ ଲଢିବାକୁ ଚାହୁଁଛନ୍ତି । ସେ ଶେଷ ବଲ୍ ଯାଏଁ ବ୍ୟାଟିଂ କରିବାକୁ ଚାହୁଁଛନ୍ତି । ଆଜି ଅନାସ୍ତା ଭୋଟ୍ ର ସାମ୍ନାକରିବେ ପାକିସ୍ତାନ ପ୍ରଧାନମନ୍ତ୍ରା ଇମ୍ରାନ ଖାନ୍ । ଇମ୍ରାନ୍ ଖାନ୍ ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ୍ ଗ୍ରହଣ ହେବ। ଭୋଟ୍ ପୂର୍ବରୁ ଶନିବାର ରାତିରେ ନିଜ ଘରେ ମିଟିଂ ଡାକିଥିଲେ ଇମ୍ରାନ । ଯେଉଥିରେ ସପକ୍ଷରେ ୧୪୨ ସାଂସଦ ଏକାଠି ହୋଇଥିଲେ। ସେପଟେ କିନ୍ତୁ ବିପକ୍ଷରେ ୨୦୦ ଜଣ ସାଂସଦ ଏକାଠି ହୋଇଛନ୍ତି । ମାନେ ଭୋଟିଂ ପୂର୍ବରୁ ଇମ୍ରାନ ସରକାର ବହୁମତ ହରାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ସେପେଟ କିନ୍ତୁ
ଅନାସ୍ଥା ପ୍ରସ୍ତାବକୁ ମାତ ଦେବା ପାଇଁ ଇମ୍ରାନ ଲୋକଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପରାମର୍ଶ ଦେଇଛନ୍ତି।

 

ଏଥିସହ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର କଥାକୁ ମଧ୍ୟ ସେ ପୁଣିଥରେ ଦୋହରାଇଛନ୍ତି। ତାଙ୍କୁ ହଟାଇବା ପାଇଁ ବହୁତ ବଡ଼ ଷଡ଼ଯନ୍ତ୍ର ଚାଲିଛି । ଯଦି ଅନାସ୍ଥା ଭୋଟ୍ ରେ ବିରୋଧୀ ଦଳମାନେ ଜିତିଯିବେ ତା’ହେଲେ ଆମେରିକା ବି ଜିତିଯିବ ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ନାଗରିକମାନେ ରାଷ୍ଟ୍ରର ସୁରକ୍ଷା ଓ ସ୍ବାଭିମାନ ପାଇଁ ଜୋର୍ ଦାର ପ୍ରତିବାଦ କରିବାକୁ ହେବ ବୋଲି ସେ କହିଛନ୍ତି। ଏହି ଆନ୍ଦୋଳନ ଆମ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ହେବା ଉଚିତ ଏବଂ ଏହାର ସଫଳତା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ସେ କହିଛନ୍ତି।ଭାରତର ବିଦେଶ ନୀତିକୁ ପୁଣି ପ୍ରଶଂସା କରି ଇମ୍ରାନ୍ କହିଛନ୍ତି ଯେ ଭାରତ ରୁଷ୍ ସହ ତା’ର ଘନିଷ୍ଠତା ଦେଖାଇ ଯେଉଁ ସାହସର ପରିଚୟ ଦେଇଛି ତାହାକୁ ପ୍ରଶଂସା କରିବାକୁ ହେବ।

Show More

Related Articles

Back to top button