ଓଡ଼ିଶାରାଜନୀତି

ଆଜି କମ୍ପିବ ପଦ୍ମପୁର,ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ନବୀନ ଓ ଅପରାଜିତା

ଆଜି କମ୍ପିବ ପଦ୍ମପୁର କ୍ୟାମ୍ପେନ । ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ଦଳୀୟ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଅପରାଜିତା । ଉଭୟ ନିଜ ନିଜ ପାଇଁ ପ୍ରଚାର ଆରମ୍ଭ କରିବେ ।

ସୂଚନା ଅନୁଯାୟୀ, ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ। ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ ବସାଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମଂଜୁରୀ ଦିଅନ୍ତୁ। ପଦ୍ମପୁରକୁ ଜିଲ୍ଲା ଗଠନର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ପଦ୍ମପୁର ବାସୀଙ୍କ ବିଶ୍ୱାସ ରହିଛି। ତେଣୁ ପଦ୍ମପୁର ଜିଲ୍ଲା ଗଠନ ନେଇ ରାତି ଅଧିଆ କ୍ୟାବିନେଟର କୌଣସି ଆବଶ୍ୟକତା ନାହିଁ ।

 

Show More

Related Articles

Back to top button