ଖେଳମୁଖ୍ୟ ଖବର

ହାରିବା ପରେ ପଡ଼ିଆରେ ଭୋଭୋ ହୋଇ କାନ୍ଦିଲେ ଇରାନ ଖେଳାଳି, ସମସ୍ତଙ୍କ ହୃଦୟ ଜିତିଲେ ଆମେରିକା ଫୁଟବଲର ଆଣ୍ଟୋନୀ ରବିନସନ

ଦୋହା: ଇରାନର ଫିଫା ଫୁଟବଲ ବିଶ୍ୱକପ ଯାତ୍ରା ଅଧାରେ ଅଟକି ଯାଇଛି। ଆମେରିକାଠାରୁ ୧-୦ରେ ହାରି ଇରାନ ବିଶ୍ୱକପରୁ ବିଦାୟ ନେଇଛି। ଆମେରିକା ଓ ଇରାନ ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ। ଏଥିପାଇଁ ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଲଢ଼େଇର ଗୁରୁତ୍ୱ ବଢ଼ି ଯାଇଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ହାରିବା ପରେ ଇରାନ ଖେଳାଳିମାନେ ପଡ଼ିଆରେ ଭୋଭୋ ହୋଇ କାନ୍ଦିଥିଲେ। ତେବେ ସବୁଠାରୁ ଅଧିକ କାନ୍ଦିଥିଲେ ଇରାନର ରମିନ ରେଜିଆନ। ଏହା ସମସ୍ତଙ୍କୁ ବିଚଳିତ ବି କରିଥିଲା।

ତେବେ ଆମେରିକା ଫୁଟବଲର ଆଣ୍ଟୋନୀ ରବିନସନ ତାଙ୍କ ପ୍ରତି ଭଲ ପ୍ରଦର୍ଶନ କରିଥିବା ଆଚରଣ ସମସ୍ତଙ୍କ ହୃଦୟ ଜିତ ନେଇଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିଲେ ମଧ୍ୟ ରବିନସନ ସେ ସବୁ ଖାତିର କରି ନଥିଲେ। ରମିନ କାନ୍ଦୁଥିବା ଦେଖି ସେ ତାଙ୍କ ପାଖକୁ ଯାଇଥିଲେ।

ଏଥିସହ ସେ ନିଜେ ମଧ୍ୟ ଭାବବିହ୍ୱଳ ହୋଇ ରମିନଙ୍କୁ ଜୋରରେ କୁଣ୍ଢାଇ ଧରି କାନ୍ଦିବାରେ ଲାଗିଥିଲେ। ଦୁଇ ଜଣ ପରସ୍ପରକୁ ବେଶ କିଛି ମିନିଟ୍‌ କୁଣ୍ଢାଇ ଧରି କାନ୍ଦିବା ସହ ପରସ୍ପରକୁ ବୁଝାଇବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ପୁରୁଣା ଦିନ କଥା ମନେ ପଡ଼ି ଯାଇଛି। ବୋଷ୍ଟନରେ କଲେଜରେ ପଡ଼ିବା ବେଳେ ମୁଁ ଅନେକ ଇରାନ ଲୋକଙ୍କ ସହ ମିଶିଥିଲି। ସେମାନେ ସବୁଠାରୁ ଭଲ ଓ ଶ୍ରେଷ୍ଠ ବନ୍ଧୁ ଥିଲେ। ସେମାନଙ୍କ ବନ୍ଧୁତା ଭଲ ଥିଲା। କିନ୍ତୁ ଧର୍ମ ଆମ ଦୁଇ ଦେଶ ମଧ୍ୟରେ ଯାହା କରିଛି, ତା’କୁ ଗୋଟିଏ ଲଜ୍ଜା ହିଁ କୁହାଯାଇ ପାରିବେ ।

ଆଉ ଜଣେ ଲେଖିଛନ୍ତି, “ମାନବିକତାର ଶ୍ରେଷ୍ଠ ଚିତ୍ର। ବିଶ୍ୱକପରେ ଆମେରିକା ପ୍ରତିପକ୍ଷ ଇରାନକୁ ହରାଇଥିଲା। ତଥାପି ଖେଳାଳିମାନେ ନିଜ ନିଜର କଷ୍ଟକୁ ବୁଝିପାରୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଖେଳୁଆଡ଼ ମନୋଭାବ ସବୁ ତିକ୍ତତାଠାରୁ ଉପରେ।

Show More

Related Articles

Back to top button