Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଅକ୍ସଫୋର୍ଡର କୋରୋନା ଟିକା; ଦୁଇ ଭାରତୀୟଙ୍କ ଉପରେ ପରୀକ୍ଷା

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କୋରୋନା ଟିକା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ପରୀକ୍ଷା ଚାଲିଛି ।

ପୁଣେ: ମହାମାରୀ କୋରୋନାର କରାଳ ରୂପ ମଧ୍ୟରେ ଟିକା ପରୀକ୍ଷଣକୁ ନେଇ ଆସିଛି ଖୁସି ଖବର। ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କୋରୋନା ଟିକା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ପରୀକ୍ଷା ଚାଲିଛି । ଏହି ପ୍ରର୍ଯ୍ୟାୟ ପରୀକ୍ଷାରେ ଭାରତର ଦୁଇ ଜଣଙ୍କ ଉପରେ କରୋନା ଟିକାର ପରୀକ୍ଷଣ କରାଯାଇଛି। କ୍ଲିନିକାଲ ପରୀକ୍ଷା ଶେଷ ହେବା ପରେ ପୁଣେର ଭାରତୀ ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହୋଇଛି। ଦୁଇ ଜଣଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁଣେର ଏକ ଘରୋଇ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ରହିବାବେଳେ, ଅନ୍ୟ ଜଣେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୩୨ ବର୍ଷୀୟ ଡକ୍ଟରେଟ୍। ଟିକା ପରୀକ୍ଷା ସମୟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ପୁଣେର ଚାରୋଟି ସ୍ଥାନରେ ୨୫୦ରୁ ୩୦୦ ଲୋକ ଏକତ୍ରିତ ହୋଇଥିଲେ, ଯେଉଁଥିରୁ କିଛି ଲୋକଙ୍କୁ ସ୍କ୍ରିନିଂ ପାଇଁ ମନୋନୀତ କରାଯାଇଥିଲା।
ଏହି ଟିକା ୧୬୦୦ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button