ଦେଶ ବିଦେଶବାଣିଜ୍ୟ

ସାରିଦିଅନ୍ତୁ ଜରୁରୀ କାମ, ଜୁନ୍ ମାସରେ ୧୨ଦିନ ବ୍ୟାଙ୍କ୍ ଛୁଟି

RBI ଜାରି କଲା ଛୁଟି ତାଲିକା

ଆପଣ ଜୁନ୍ ମାସରେ କିଛି ବ୍ୟାଙ୍କ କାମ କରିବାର ଯୋଜନା ରଖିଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ନିହାତି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜୁନ୍ ମାସ ପାଇଁ ଛୁଟି ତାଲିକା ଜାରି କରିଛି । ଏହି ତାଲିକା ଅନୁସାରେ ଜୁନ୍ ମାସରେ ମୋଟ୍ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଛୁଟି ତାଲିକାକୁ ତିନି ଶ୍ରେଣୀରେ ବିଭକ୍ତ କରିଛି । ଜାତୀୟ ଛୁଟି ସହ କିଛି ରାଜ୍ୟର ସ୍ବତନ୍ତ୍ର ଛୁଟି ମଧ୍ୟ ଏଥିରେ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଜୁନ୍ ମାସର ଛୁଟି ତାଲିକା :

ଜୁନ୍ ୨ ତାରିଖ, ଗୁରୁବାର- ମହାରାଣା ପ୍ରତାପ ଜୟନ୍ତୀ/ତେଲଙ୍ଗାନା ସ୍ଥାପନ ଦିବସ (ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନାରେ ଛୁଟି)

ଜୁନ୍ ୩ ତାରିଖ, ଶୁକ୍ରବାର- ଶ୍ରୀ ଗୁରୁ ଅର୍ଜୁନ ଦେବ ଜୀଙ୍କର ଶହୀଦ ଦିବସ (ପଞ୍ଜାବରେ ଛୁଟି)

ଜୁନ୍ ୫ ତାରିଖ, ରବିବାର- ସାପ୍ତାହିକ ଛୁଟି

ଜୁନ୍ ୧୧ ତାରିଖ, ଶନିବାର- ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟି

ଜୁନ୍ ୧୨ ତାରିଖ, ରବିବାର- ସାପ୍ତାହିକ ଛୁଟି

ଜୁନ୍ ୧୪ ତାରିଖ, ମଙ୍ଗଳବାର- ପ୍ରଥମ ରାଜା/ସନ୍ଥ ଗୁରୁ କବୀର ଜୟନ୍ତୀ (ଓଡିଶା, ଚଣ୍ଡିଗଡ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବରେ ଛୁଟି)

ଜୁନ୍ ୧୫ ତାରିଖ, ବୁଧବାର- ରଜ ସଂକ୍ରାନ୍ତି/ଓ୍ବାଇଏମଏ ଦିବସ/ଗୁରୁ ହରଗୋବିନ୍ଦ ଜୀଙ୍କ ଜନ୍ମଦିନ (ଓଡିଶା, ମିଜୋରାମ୍, ଜାମ୍ମୁ କାଶ୍ମୀରରେ ଛୁଟି)

ଜୁନ୍ ୧୯ ତାରିଖ, ରବିବାର- ସାପ୍ତାହିକ ଛୁଟି

ଜୁନ୍ ୨୨ ତାରିଖ, ବୁଧବାର- ଖାରଚି ପୂଜା (ତ୍ରିପୁରାରେ ଛୁଟି)

ଜୁନ୍ ୨୫ ତାରିଖ, ଶନିବାର- ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି

ଜୁନ୍ ୨୬ ତାରିଖ, ରବିବାର- ସାପ୍ତାହିକ ଛୁଟି

ଜୁନ୍ ୩୦ ତାରିଖ, ବୁଧବାର- ରେମନା ନି (ମିଜୋରାମରେ ଛୁଟି)

Show More

Related Articles

Back to top button