ଦେଶ ବିଦେଶମୁଖ୍ୟ ଖବର

ମମତା ବାନାର୍ଜୀ: ହିଟଲର ଓ ଷ୍ଟାଲିନ୍‌ଙ୍କ ଠାରୁ ବି ଖରାପ ବିଜେପି ଶାସନ

କେନ୍ଦ୍ରର ବିଜେପି ସରକାର ନାଜି ଶାସକ ଆଡଲଫ ହିଟଲ, ଜୋସେଫ ଷ୍ଟାଲିନ ଓ ବେନିଟ ମୁସୋଲିନ ଠାରୁ ବି ଆହୁରି ଖରାପ ସରକାର। ଆଜି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ କିଛି ଏମିତି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ରାଜ୍ୟର ଅନ୍ତରୀଣ ବିଷୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ୱାଧୀନ ଭାବେ ପରିଚାଳନ ହେବାକୁ ଆହ୍ୱାନ ଦେଇଛନ୍ତି। ମମତା କହିଛନ୍ତି ” କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ରାଜ୍ୟର ଅନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ବିଜେପି ସରକାର ଦେଶର ସଂଘୀୟ ବ୍ୟବସ୍ଥା ଉପରେ ବୁଲ୍‌ଡୋଜର ଚଢ଼ାଉଛନ୍ତି।

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ୱାଧୀନତା ଦେବା ଉଚିତ୍। ଗେରୁଆ ଦଳର ଶାସନ ଆଡଲଫ ହିଟଲ, ଜୋସେଫ ଷ୍ଟାଲିନ ଓ ବେନିଟ ମୁସୋଲିନ ଠାରୁ ବି ଆହୁରି ଖରାପ।” ନିକଟରେ ତେଲ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ମମତା ସରକାର। ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ କାଟ କରିଥିଲେ। ତେବେ ଏହା କେନ୍ଦ୍ର ସରକାର ନିର୍ବାଚନ ଏଜେଣ୍ଡା ଥିଲା ବୋଲି ମମତା କହିଥିଲେ।

Show More

Related Articles

Back to top button