ବଲିଉଡସେଲିବ୍ରିଟି

ଭିକି-କ୍ୟାଟ୍ରିନାଙ୍କ ୱେଡିଂ ଫୁଟେଜ୍ ପାଇଁ ଶହେ କୋଟି

ଚଳିତ ବର୍ଷର ସବୁଠୁ ବଡ ବଲିଉଡ ୱେଡିଙ୍ଗ । କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି । ଆସନ୍ତା ଡିସେମ୍ବର ୯ ଅର୍ଥାତ ଆଉ ମାତ୍ର ଦୁଇ ଦିନ ପରେ ଦୁହିଁଙ୍କ ହାତ ଗଣ୍ଠି ପଡ଼ିବାକୁ ଯାଉଛି ।

ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଭିକି ଓ କ୍ୟାଟ୍ରିନା ସେମାନଙ୍କ ବିବାହ ଫୁଟେଜର ସ୍ୱତନ୍ତ୍ର ଭାବେ ପ୍ରସାରଣ ପାଇଁ OTT ପ୍ଲାଟଫର୍ମ ପାଇଁ 100 କୋଟି ଅଫର ରଖିଛନ୍ତି ।

ପାଶ୍ଚାତ୍ୟ ଦେଶରେ ସେଲିବ୍ରିଟିମାନଙ୍କ ପାଇଁ ସେମାନଙ୍କର ବିବାହ ଫୁଟେଜ, ୱେଡିଙ୍ଗ ଇମେଜ ଏବଂ ମାଗାଜିନ ତଥା ଚ୍ୟାନେଲରେ ବିକ୍ରୟ କରିବା ଏକ ସାଧାରଣ ଧାରା । ସେହିଭଳି ଷ୍ଟ୍ରିମିଂ ଜିଆଣ୍ଟ ଭାରତରେ ମଧ୍ୟ ସମାନ ଧାରା ଆଣିବାକୁ ଏବଂ ସେମାନଙ୍କ ବିବାହର ଫ୍ରାଞ୍ଚାଇଜ୍ ଆରମ୍ଭ କରିବାକୁ ଯୋଜନା କରୁଛି । ତେଣୁ  କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କୁ 100 କୋଟି ଟଙ୍କା ଅଫର କରିଛନ୍ତି। ଭିକି ଓ କ୍ୟାଟ୍ରିନାଙ୍କ ବିବାହର ପ୍ରସାରଣ ଆମ ଦେଶରେ ଓଟିଟି ପ୍ଲାଟଫର୍ମ ପାଇଁ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିବାକୁ ଯାଉଛି ।

Show More

Related Articles

Back to top button