ଓଡ଼ିଶାଶିକ୍ଷା

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଓଟିଇଟି ଦ୍ୱିତୀୟ ପରୀକ୍ଷା

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି ଓଟିଇଟି ଦ୍ୱିତୀୟ ପରୀକ୍ଷା । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ । ଏନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷା କେନ୍ଦ୍ରଗୁଡିକର ତାଲିକା ପ୍ରଦାନ କରିବାକୁ ଆସନ୍ତା ୧୪ ତାରିଖ ସୁଦ୍ଧା ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଥିବା କଲେଜ ଓ ଘରୋଇ ସ୍କୁଲଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ। ଏହି ସ୍କୁଲର ତାଲିକା ଦେବାକୁ ଡିଇଓଙ୍କୁ କୁହାଯାଇଛି।

ଉକ୍ତ ପରୀକ୍ଷା ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ୨ଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ପେପର-୧ ନିମନ୍ତେ ୧୫୦ ମାର୍କ ରହିଥିବାବେଳେ ପେପର-୨ ଲାଗି ୯୦ ମାର୍କ ରହିଛି।

Show More

Related Articles

Back to top button