
ଭୁବନେଶ୍ୱର : ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍ସି) ପକ୍ଷରୁ ୩୦ ସେପ୍ଟେମ୍ୱର ଯାଏ ହେବ ସାକ୍ଷାତକାର ପରୀକ୍ଷା। ଏହି ସମୟରେ ଯେଉଁମାନେ ୟୁପିଏସ୍ସି ମେନ୍ ପରୀକ୍ଷା ଯେଉଁମାନେ ଦେଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ମଧ୍ୟ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି କହିଛନ୍ତି ଓପିଏସ୍ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି। ଆଜି ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଏହାପରେ ଆବେଦନ ଅନୁସାରେ ତାରିଖ ବଦଳାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି।