ଦେଶଦେଶ ବିଦେଶସ୍ୱତନ୍ତ୍ର

ଚୀନ ସୈନ୍ୟ ପ୍ରତ୍ୟାହାର ପଛରେ କଣ ରହିଛି ପ୍ରକୃତ କାରଣ

ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗ ପରି କେତେକ ବିବାଦୀୟ ଇଲାକାରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି ଭାରତ ଓ ଚୀନ ସେନା । ନିକଟରେ ଅନୁଷ୍ଠିତ ହୋଇଥିବା ୧୬ତମ କୋର କମାଣ୍ଡର ସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

କିନ୍ତୁ ଗତ ଦୁଇ ବର୍ଷ ହେଲେ ଏତେ ଥର ଆଲୋଚନା ହେଉଥିବା ସତ୍ତ୍ବେ ମଧ୍ୟ ଅଚଳାବସ୍ଥା ଲାଗି ରହିଥିଲା, କିନ୍ତୁ ଏଥର କିପରି ହଠାତ ସହମତି ସୃଷ୍ଟି ହୋଇଗଲା । ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏ ସଂପର୍କରେ ବିଶେଷଜ୍ଞମାନଙ୍କ କହିବା କଥା ଯେ,ଚୀନର ହଠାତ ହୃଦୟ ପରିବର୍ତ୍ତନ ହେବା ଭାବିବା ମୁର୍ଖାମୀ ଅଟେ । ଏ ପର୍ଯ୍ୟନ୍ତ ବିପଦ ଟଳିନାହିଁ । ଭାରତକୁ ସତର୍କ ରହିବାକୁ ପଡିବ । ପ୍ରକୃତ କଥା ହେଲା ଆସନ୍ତା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଏହି ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି। ଏହି ସାକ୍ଷାତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଛନ୍ତି ।

 

Show More

Related Articles

Back to top button