ଖେଳଦେଶଦେଶ ବିଦେଶ

ବିରାଟଙ୍କୁ ଗାଙ୍ଗୁଲିଙ୍କ ପ୍ରଶଂସା, କହିଲେ ମୋ ଠାରୁ ଅଧିକ ଦକ୍ଷ କ୍ରିକେଟର ବିରାଟ

ଦୀର୍ଘଦିନ ପରେ ଟି୨୦ କ୍ରିକେଟରେ ୩୫୦୦ ରନ କରି ୨ୟ ଖେଲାଳୀ ପାଲଟି ଯାଇଛନ୍ତି ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷରେ ଦମଦାସ ଶତକ ଅର୍ଜନ କରି ପ୍ରଶଂସକଙ୍କ ପ୍ରିୟ ହୋଇଯାଇଛନ୍ତି ବିରାଟ । ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ୭୧ତମ ଶତକ ହାସଲ ପରେ ଏବେ କ୍ରିକେଟ ଜଗତରେ ଚର୍ଚ୍ଚା । ଅନେକ ପୂର୍ବତନ କ୍ରିକେଟର କୋହଲିଙ୍କ ଚିତ୍ତାକର୍ଷକ ଇନିଂସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ବିରାଟଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ତଥା ବସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଅନେକ ପ୍ରସଂସା କରିଛନ୍ତି ।

ପୂର୍ବତନ ଭାରତୀୟ ଅଧିନାୟକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ , ‘ଖେଳାଳି ଭାବେ ବିରାଟ କୋହଲି ମୋ ଠାରୁ ଅଧିକ ଦକ୍ଷ କ୍ରିକେଟର’ । ଆମେ ଦୁଇଟି ଅଲଗା ପିଢି ସହ ଖେଳିଛୁ ଏବଂ ଅନେକ କ୍ରିକେଟ ଖେଳିଛୁ । ମୁଁ ମୋ ପିଢି ସହ ଖେଳୁଥିଲି ଏବେ ବିରାଟ ଖେଳିବା ଜାରି ରଖିଛନ୍ତି ଏବଂ ଆଗାମୀ ଦିନରେ ମୋ ଠାରୁ ଅଧିକ ମ୍ୟାଚ୍‌ ଖେଳିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ‘।

 

Show More

Related Articles

Back to top button