Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ରିଲିଜ ପୂର୍ବରୁ ବିରୋଧ

କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା

ଆସନ୍ତା ୧୭ ତାରିଖରେ ରିଲିଜ୍ ହେବାକୁ ଯାଉଛି  ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’। ହେଲେ ଏହା ପୂର୍ବରୁ ମେକର୍ସଙ୍କ ବିରୋଧରେ ହୋଇଛି ଅଭିଯୋଗ । କୁହାଯାଇଛି କି ମେକର୍ସଙ୍କ ଯୋଗୁ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଜନ ସାଧାରଣ ବି କହିଛନ୍ତି ଫିଲ୍ମ ରିଲିଜ୍ ହେଲେ ଅସୁବିଧା ଉପୁଜିପାରେ ।

ରବିବାର ଫିଲ୍ମର ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ପାଇଁ ନିର୍ମାତା କେବଳ ୫ହଜାର ଲୋକଙ୍କୁ ଅନୁମତି ଦେଇଥିଲେ । ହେଲେ ପୋଲିସ ଅଭିଯୋଗ କରିଛି କି ମେକର୍ସ ପ୍ରି-ରିଲିଜ କାର୍ଯ୍ୟକ୍ରମ ପାଇଁ ୧୫ ହଜାରରୁ ଅଧିକ ପାସ୍ ବାଣ୍ଟିଥିଲେ । ଏହାଦ୍ୱାରା କରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଛି । ତେଣୁ କୁହାଯାଇଛି କି ମେକର୍ସଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଆଗକୁ ଫିଲ୍ମ ରିଲିଜ୍ ହେଲେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା କରାଯାଉଛି ।

Show More

Related Articles

Back to top button