ଦେଶ ବିଦେଶବାଣିଜ୍ୟ

ମାତ୍ର ୪୨ଟଙ୍କାରେ ଫାଇଦା ଉଠାଇପାରିବେ ଆଜୀବନ ପେନସନର

ସମସ୍ତେ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି କିନ୍ତୁ ଏଥିପାଇଁ କିଭଳି ପ୍ରସ୍ତୁତି ଦରକାର ତାହା ପ୍ରାୟ ସମସ୍ତଙ୍କୁ ମାଲୁମ ନଥାଏ । ତେବେ ପରିଣତ ବୟସରେ ସୁରକ୍ଷିତ ଜୀବନଯାପନ ପାଇଁ ​‌କୋଟି କୋଟି ଲୋକ ଅଟଳ ପେନସନ ଯୋଜନାକୁ ଆପଣାଇଛନ୍ତି

ଏହି ଯୋଜନାରେ ପ୍ରାୟ ୨.୫୦ କୋଟି ଲୋକ ସାମିଲ ହୋଇଛନ୍ତି । ପେନସନ୍ କୋଷ ନିୟାମକ ଏବଂ ବିକାଶ ପ୍ରାଧୀକରଣ (ପିଏଫଆରଡିଏ) ମୁତାବକ ଅଟଳ ପେନସନ ଯୋଜନାରେ ସାମିଲ ହେବା ଲୋକଙ୍କ ସଂଖ୍ୟା ୨.୫୦ କୋଟି ପାଖାପାଖି ପହଞ୍ଚି ସାରିଲାଣି ।ସୂଚନା ଅନୁସାରେ ହିତାଧିକାରୀଙ୍କ ସଂଖ୍ୟା ଅକ୍ଟୋବର ଶେଷ ସୁଦ୍ଧା ୩୪.୫୧ ପ୍ରତିଶତ ବୃଦ୍ଧି ପାଇ ୨.୪୫ କୋଟିରେ ପହଞ୍ଚିଗଲାଣି । ଯାହାକି ଗୋଟିଏ ବର୍ଷ ପୂର୍ବେ ଅର୍ଥାତ ଅକ୍ଟୋବର ୨୦୧୯ରେ ୧.୮୨ ଥିଲା । ଅଟଳ ପେନସନ ଯୋଜନାରା ମୂଳ ଲକ୍ଷ୍ୟ ହେଉଛି ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ପ୍ରଦାନ କରିବା । ଏଥିରେ ୬୦ବର୍ଷ ପରେ ନ୍ୟୁନତମ ପେନସନର ଗ୍ୟାରେଣ୍ଟି ଦିଆଯାଏ । ୧୮ ରୁ ୪୦ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଚାହିଁଲେ ଏହି ଯୋଜାନରେ ସାମିଲ ହୋଇପାରିବେ ।

ନିବେଶ କରିବେ କିପରି ?
ଆପଣ ଚାହିଁଲେ ମାସକୁ ମାତ୍ର ୪୨ ଟଙ୍କା ଜମା କରି ଏହାର ଆରମ୍ଭ କରିପାରିବେ । ଯଦି ଆପଣ ପ୍ରତି ମାସରେ ୪୨ ଟଙ୍କା ଲେଖାଏଁ ନିବେଶ କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ତେବେ ଯଦି ଆପଣ ପ୍ରତି ମାସରେ ୨୧୦ ଟଙ୍କା ଲେଖାଏଁ ନିବେଶ କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତିମାସରେ ୫ ହଜାର ଟଙ୍କା ଲେଖାଏଁ ମିଳିବ ।
ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀଙ୍କର ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବଶ୍ୟକ । ଯେଉଁଥିରେ ଉପରୋକ୍ତ ନିୟମ ଅନୂଯାୟୀ ନିବେଶ କରିଲେ ପ୍ରତି ମାସରେ ଏକ ହଜାରରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ତେବେ ଏହି ଯୋଜନାର ଆଉ ଏକ ଲାଭ ହେଉଛି ଯଦି ଅଂଶଧାରକଙ୍କର କୌଣସି କାରଣକୁ ମୃତ୍ୟୁ ଘଟେ ତେବେ ତାଙ୍କର ପତି/ପତ୍ନୀଙ୍କୁ ମଧ୍ୟ ଏହି ଟଙ୍କା ମିଳିବ । ଦୁଇଜଣଙ୍କ ମୃତ୍ୟୁ ପରେ ପେନସନ କୋଷରେ ଜମା ରାଶି ପରିବାର ଲୋକଙ୍କୁ ମିଳିବ ।

Show More

Related Articles

Back to top button