ଦେଶ ବିଦେଶବାଣିଜ୍ୟ

ଆସନ୍ତା ୩-୪ ମାସ ମଧ୍ୟରେ ଆସିଯିବ ଭାକସିନ୍, କେତେ ରହିବ ଦାମ?

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ମାନିଲେ ମଧ୍ୟ ଲୋକମାନେ ଭାକସିନ୍ କେବେ ବାହାରିବ ତାକୁ ଅନାଇ ବସିଛନ୍ତି । ଭାରତରେ ମଧ୍ୟ କରୋନା ଭାକସିନ୍ ଉପରେ କାମ ଚାଲିଛି ।ଏନେଇ ମତ ରଖିଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ-୨୦୨୦ର ଯୋଗ ଦେଇ ସେ ଭାକସିନ୍ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଯେ, ଆସନ୍ତା ୩ରୁ ୪ ମାସ ମଧ୍ୟରେ ଭାକସିନ୍ ଆସିଯିବ । ଏହାସହ ଭାକସିନର ଦାମ୍ କେତେ ରହିବ ସେନେଇ ମଧ୍ୟ ପୁନାଓ୍ୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କଲେ ଭାରତରେ ମଞ୍ଜୁରୀ ପାଇଁ ଆବେଦନ କରାଯିବ । ପ୍ରଥମେ ଜରୁରୀକାଳୀନ ବ୍ୟବହାର ହେବ । ସାଧାରଣ ଲୋକଙ୍କୁ ଭାକସିନ୍ ମିଳିବାରେ ୩ରୁ ୪ ମାସ ସମୟ ଲାଗିପାରେ ।ଏପ୍ରିଲ, ମେ ମାସରେ କେହି କେବେ ଏତେ ଶୀଘ୍ର ଭାକସିନ୍ ଆସିବ ବୋଲି ଭାବି ନଥିଲେ । ବୟସ୍କଙ୍କ ଉପରେ ଏହି ଭାକସିନ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଭାଇରସ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ମଧ୍ୟ ।

ଏହି ଟିକା ଭାଇରସ କବଳରୁ ଦୀର୍ଘ ସମୟ ଯାଏଁ ସୁରକ୍ଷା ଦେଇପାରିବ ନା ନାହିଁ, ତାହା ସମୟ କହିବ । ଏବେ ଏନେଇ କିଛି ଗ୍ୟାରେଣ୍ଟି ଦେଇ ହେବ ନାହିଁ ।ସେ ଆହୁରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ଭାକସିନର ଦାମ୍ ୫୦୦ରୁ ୬୦୦ ଟଙ୍କା ମଧ୍ୟରେ ହେବ । ସରକାର ଅଧିକ ମାତ୍ରାରେ ଭାକସିନ୍ କିଣୁଥିବାରୁ ଦାମ୍ କମିଯିବ । ଅତିଶୀଘ୍ର ପ୍ରତିମାସରେ ୧୦ କୋଟି ଡୋଜ୍ ଉତ୍ପାଦନ ପାଇଁ ପ୍ରୟାସ ଆରମ୍ଭ ହେବ । ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ନେଇ ଚେଷ୍ଟା କରାଯିବ । ଜୁଲାଇ ସୁଦ୍ଧା ୩୦ରୁ ୪୦ କୋଟି ଟିକା ଭାରତକୁ ମିଳିବ ବୋଲି ସେ କହିଛନ୍ତି ।

Show More

Related Articles

Back to top button