ସ୍ୱାସ୍ଥ୍ୟ

ଗୋଟିଏ ଚାମଚ ଜୀରାରେ ପ୍ରସ୍ତୁତ ପାଣି ଆପଣଙ୍କୁ ଦୂରେଇ ରଖିବ ମଧୁମେହ ଠାରୁ କୋଲେଷ୍ଟ୍ରଲ ପର୍ଯ୍ୟନ୍ତ ରୋଗରୁ

ଜୀରାର ବ୍ୟବହାର ପ୍ରାୟ ସମସ୍ତ ଘରେ ଖୁବ ଆଦର ସହକାରେ ହୋଇଥାଏ l ଆମେ ଡାଲି ହେଉ କି ଯେକୌଣସି ସାଧା ତରକାରୀ ଜୀରା ବ୍ୟବହାର କରିବା ପାଇଁ ଭୁଲି ନଥାଉ

ଜୀରା ଯେପରି ସ୍ୱାଦ ଯୁକ୍ତ ସେହିଭଳି ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ l ଆଜି ଆପଣଙ୍କୁ କହିବୁ ଜୀରାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା କି ଲାଭ ମିଳିଥାଏ l

* ଓଜନ ହ୍ରାସ – ଜିରାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଓଜନ ହ୍ରାସ ହେବାର ସୁବିଧା ଦେଇଥାଏ l ଜୀରା ଶରୀରର ଏକ୍ସଟ୍ରା ଫ୍ୟାଟ କୁ କମ କରିଥାଏ l

* ଇମ୍ୟୁନିଟି ବଢ଼ାଇଥାଏ – ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଆମ ଶରୀରର ଇମ୍ୟୁନ ସିଷ୍ଟମ ଠିକ ରହିବା ଆବଶ୍ୟକ l ତେଣୁ ଏହାକୁ ନିୟମିତ ଭାବରେ ସେବନ କରୁଥିବା ଲୋକ ମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ l

* କୋଲେଷ୍ଟ୍ରଲ କମ କରେ – ଯେଉଁ ବ୍ୟକ୍ତିମାନେ କୋଲେଷ୍ଟ୍ରଲ ସମସ୍ୟା ଦେଇ ଯାଇ ଥାଆନ୍ତି ,ସେମାନେ ଜୀରାର ପାଉଡର ପ୍ରସ୍ତୁତ କରି ପାଣି ସହିତ ସେବନ କରନ୍ତୁ l ଏହାଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ସନ୍ତୁଳିତ ରହିଥାଏ l

* ମଧୁମେହ ନିୟନ୍ତ୍ରିତ – ମଧୁମେହ ରୋଗୀ ମାନଙ୍କ ପାଇଁ ଜୀରା ଗୋଟିଏ ମହତ୍ଵପୂର୍ଣ୍ଣ ଔଷଧ l ଏହା ପଛର ବୈଜ୍ଞାନିକ କାରଣ ଏହା ଅଟେ ଯେ ଜୀରାରେ ଆଣ୍ଟି ଡାଇବେଟିକ ଗୁଣ ରହିଛି l ଏହି ଗୁଣ ଶରୀରର ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ l

Show More

Related Articles

Back to top button