ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଇମ୍ୟୁନିଟି ବୁଷ୍ଟର ଜାମୁ ଡଳ : ଏହିସବୁ ରୋଗରୁ ଦୁରେଇ ରଖେ

ଖରା ଦିନେ ଜାମୁ ଡଳ ପ୍ରାୟ ଆମେ ବଜାରରେ ଦେଖିଥାଉ l ଏହାକୁ ଇଂରାଜୀରେ ରୋଜ ଆପେଲ କୁହାଯାଏ l ଏହା ପୂର୍ବ ଭାରତର ଓଡିଶା ଓ ପଶ୍ଚିମ ବଙ୍ଗ ର ଗୋଟିଏ ପ୍ରସିଦ୍ଧ ଫଳ ଅଟେ l ଏହି ଫଳଟି ରସଯୁକ୍ତ ସହିତ ସାମାନ୍ୟ ପାଣିଚିଆ ଲାଗିଥାଏ

ଏହାକୁ ଗ୍ରୀଷ୍ମ ଋତୁରେ ଇମ୍ୟୁନିଟି ବୁଷ୍ଟର ବୋଲି କୁହାଯାଏ l ଅନେକ ପ୍ରକାରର ରୋଗରୁ ଜାମୁ ଡଳ ରକ୍ଷା କରିଥାଏ l

* ଇମ୍ୟୁନିଟି ବଢାଏ – ଜାମୁ ଡଳ ରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି ,ଯାହା ଆପଣଙ୍କ ତ୍ୱଚା ସହିତ ସ୍ୱାସ୍ଥ୍ୟକୁ ଲାଭ ଦେଇଥାଏ l ଜାମୁ ଡଳ ଶରୀରରେ କୋଲେଜନ ନିର୍ମାଣ କରିବା ସହିତ ଇମ୍ୟୁନିଟି କୁ ମଧ୍ୟ ମଜବୁତ କରେ l ଯଦି ଆପଣ ବଦଳୁ ଥିବା ଋତୁରେ ପେଟକୁ ଥଣ୍ଡା ରଖିଥାଏ l

* କୋଷ୍ଠ କାଠିନ୍ୟ ରୁ ଦୁରେଇ ରଖେ – ଏହି ଫଳରେ ଅଧିକ ମାତ୍ରାରେ ଫାଇବର ରହିଥାଏ l ଯାହା କୋଷ୍ଠ କାଠିନ୍ୟ ରୁ ଆରମ୍ ଦିଏ l

* ଚକ୍ଷୁ ର ଦୃଷ୍ଟିଶକ୍ତି ବଢ଼େ – ଜାମୁ ଡଳ ରେ ଅଧିକ ମାତ୍ରାରେ ଭିଟାମିନ ଏ ରହିଥିବା କାରଣରୁ ଆଖି ପାଇଁ ରାମବାଣ ଅଟେ l

* ଶରୀରକୁ ହାଇଡ୍ରେଟ କରେ – ଜାମୁ ଡଳ ରେ ପାଣିର ମାତ୍ରା ଅଧିକ ଥିବା କାରଣରୁ ଏହାକୁ ସେବନ କରିବା ଦ୍ୱାରା ଗ୍ରୀଷ୍ମ ଋତୁରେ ଶରୀରରୁ ପାଣିର ମାତ୍ରା କମି ନଥାଏ l

* ଦାନ୍ତ ଓ ହାଡ଼କୁ ମଜବୁତ ରଖେ – ଜାମୁ ଡଳ ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ,ପୋଟାସିୟମ ଭଳି ତତ୍ୱ ରହିଛି l ଯାହା ଆପଣଙ୍କ ଦାନ୍ତ ଓ ହାଡ଼କୁ ମଜବୁତ ରଖିଥାଏ l

Show More

Related Articles

Back to top button