ଅପରାଧଓଡ଼ିଶାଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

କମେଣ୍ଟମରାକୁ ନେଇ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି

ବ୍ରହ୍ମପୁର: ସାମାନ୍ୟ କମେଣ୍ଟମରାକୁ ନେଇ ଅକାଳରେ ଚାଲିଗଲା ୪ ନିରିହ ଜୀବନ । ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଭାଇ ଓ ଜଣେ ପୁତୁରା ରହିଥିବା ଜଣାଯାଇଛି । ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ , ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ସ୍ୱାଇଁ । ଏହି ଘଟଣାରେ ଅପରପକ୍ଷର ଜଣେ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ , ମଙ୍ଗଳ ବାର ରାତି  ପ୍ରାୟ ୧୦ରେ ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ପିତଳ ଛକରେ ନିଜ ଫାଷ୍ଟଫୁଡ୍ ଦୋକାନକୁ ବନ୍ଦ୍ କରି ଫେରିବା ସମୟରେ ରାସ୍ତାରେ ଏକ ମହିଳା ଦୁର୍ଘଟଣାଗସ୍ତ ହେଇଥିବାର ଦେଖିଲେ ଏବଂ ସେହି ଆହତ ମହିଳା ଜଣକୁ ପାଖରେ ଏକ ଦୋକାନ କଡରେ ଠିଆହୋଇଥିବା ଜଣେ ଯୁବକ ସହାୟତାର କରୁଥିଲେ । ଏହି ସମୟରେ ପାଣ୍ଡୁରା ଓ ତାଙ୍କ ଭାଇ ଏହି ଘଟଣାକୁ ନେଇ କିଛି କମେଣ୍ଟ ମାରିଥିଲେ । ଯାହାକୁ ଭିତ୍ତିକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳ ଧିରେ ଧିରେ ଉଗ୍ର ରୂପ ନେଇଥିଲା । ଏହାପରେ ଅପରଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଶମ୍ଭୁ , ପାଣ୍ଡୁରା, ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ଗୁରୁତର ଆହତ ହୋଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ୪ ଜଣଙ୍କ ପ୍ରତି ଆକ୍ରମଣରେ ବିପକ୍ଷ ଗୋଷ୍ଠୀର ଜଣେ ଆହତଙ୍କୁ  ଏମକେସିଜିରେ ଭର୍ତ୍ତି କରାଯାଇଛି । ତେବେ ୨ ଜଣଙ୍କୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ କରୁଥିବାବେଳେ ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

Show More

Related Articles

Back to top button