Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକା ସ୍କୁଲରେ ଗୁଳିକାଣ୍ଡ, ଜଣେ ଛାତ୍ରଙ୍କ ମୃତ୍ୟୁ

ୱାଂଶିଟନ, 5 ଜାନୁୟାରୀ – ଆମେରିକାର ଆୟୋଭା ଅଞ୍ଚଳା ପେରୀ ହାଇସ୍କୁଲରେ ଗୁରୁବାର ସକାଳେ ଜଣେ ବନ୍ଧୁକଧାରୀ ଗୁଳି କରିଛନ୍ତି । ଏହି ଗୁଳିକାଣ୍ଡରେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ 5ଜଣ ଆହତ ହୋଇଛନ୍ତି । ପୋଲିସର ସୂଚନା ମୁତାବକ ଜଣେ ଆହତଙ୍କ ଅବସ୍ଥା ଗମ୍ଭୀର ରହିଛି ।

ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ, ବିଦ୍ୟାର୍ଥୀ ନିଜର ଶୀତକାଳୀନ ଛୁଟି ପରେ ସ୍କୁଲରୁ ଫେରୁଥିଲେ । ସେତେବେଳେ ବନ୍ଧୁକଧାରୀମାନେ ତାଙ୍କୁ ଟାର୍ଗେଟ କରିଥିଲେ । ଆହତଙ୍କ ମଧ୍ୟରେ 4ଜଣ ଛାତ୍ର ଓ ଜଣେ ପ୍ରଶାସକ ସାମିଲ ଅଛନ୍ତି । ସେ ପେରୀ ହାଇସ୍କୁଲରେ ପ୍ରିନସିପାଲ ଅଛନ୍ତି । ମୃତକ ହେଲେ 17ବର୍ଷୀୟ ଛାତ୍ର ଡାୟଲନ ବଟଲର ।

Show More

Related Articles

Back to top button