Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରିଟିଶ ଅଭିନେତ୍ରୀ ଗ୍ଲାଇନିସ ଜନ୍ସଙ୍କ ବିୟୋଗ

ଲସ ଆଞ୍ଜେଲେସ, 5 ଜାନୁୟାରୀ – ହଲିଉଡର ପ୍ରସିଦ୍ଧ ବ୍ରିଟିଶ ଅଭିନେତ୍ରୀ ଗ୍ଲାଇନିସ ଜନ୍ସଙ୍କର ଗୁରୁବାର ବିୟୋଗ ହୋଇଛି । ତାଙ୍କୁ ମିଳିଥିବା ବାସଭବନରେ ଶହେ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫିଲ୍ମ ଓ ରଙ୍ଗମଞ୍ଚରେ ଷଷ୍ଠ ଦଶକରେ ସେ ବେଶ୍ ସକ୍ରିୟ ଥିଲେ । ଏ ଲିଟିଲ ନାଇଟ୍ ମ୍ୟୁଜିକରେ ଦମଦାର ଭୂମିକା ପାଇଁ ତାଙ୍କୁ ଟୋନି ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ସେଡ୍ ଇନ୍ ଦ କ୍ଲାଉନ୍ସ ଓ ଭାଲ୍ଟ ଡିଜନୀ ଫିଲ୍ମ ମେରି ପୋପିନ୍ସରେ ନିଖୁଣ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ । ଜନ୍ସ ନିଜର ଫିଲ୍ମ କ୍ୟାରିୟର 1938ରେ ଆରମ୍ଭ କରିଥିଲେ ।

Show More

Related Articles

Back to top button