ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ

 ପୁଣିଥରେ ବିଗିଡିଲା ଆରଜେଡି ସୁପ୍ରିମୋ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି

ପାଟନା:  ପୁଣିଥରେ ବିଗିଡିଲା ଆରଜେଡି ସୁପ୍ରିମୋ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା । ମଙ୍ଗଳବାର ହଠାତ୍‌ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ତେବେ ଚିକିତ୍ସା ଲାଗି ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ରିମ୍ସ ହସ୍ପିଟାଲରେ ଭର୍ତ୍ତି ଥିଲେ। କିନ୍ତୁ ଲଗାତର ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି। ଅନ୍ୟପଟେ ଲାଲୁ ଯାଦବଙ୍କ କିଡନୀ ୮୦ ପ୍ରତିଶତ କାମ କରୁନାହିଁ । ଅନେକ ଦିନରୁ ସେ କିଡନୀ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ବେଳେ କ୍ରିଏଟିନ ଲେବୁଲ ବଢ଼ିଯାଇଥିବା କୁହାଯାଉଛି।

Show More

Related Articles

Back to top button