Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ମଙ୍ଗଳବାର ଦିଲ୍ଲୀରୁ ଫେରିବେ ନବୀନ

ସ୍ୱାଗତ କରିବେ ୫୦ ହଜାର ଲୋକ

ମଙ୍ଗଳବାର ଦିଲ୍ଲୀରୁ ଫେରିବେ ନବୀନ । କ୍ୟାପିଟାଲ ଫାଉଣ୍ଡେସନ୍ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍ କରିବ ବିଜେଡି । ବିମାନ ବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ସହିତ ନବୀନ ନିବାସ ପର୍ଯ୍ୟନ୍ତ ବିଶାଳ ରୋଡ୍ ସୋ କରାଯିବ । ରାସ୍ତା ସାରା ଲୋକେ ସମ୍ବର୍ଦ୍ଧନା ଦେବା ପାଇଁ ବ୍ୟବସ୍ଥା ହେବ । ଏୟାରପୋର୍ଟ ବିଜୁ ପଟ୍ଟନାୟକ ଛକରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କରାଯାଇଛି ବଡ଼ ଷ୍ଟେଜ୍ । ଏହି ଷ୍ଟେଜ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ପାଇଁ ରାଜଧାନୀରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରିଛି କମିଶନରେଟ୍ ପୋଲିସ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି । ରୁଟ ଆରେଞ୍ଜମେଣ୍ଟ କରାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଗାଡି ପାର୍କିଂ ପାଇଁ ତିନୋଟି ସ୍ଥାନ ଚିହ୍ନଟ କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ନିକଟ, ଚିଲିକା ଡେଭଲେଭମେଣ୍ଟ ଅଥରିଟି ପାଖରେ ଗାଡି ପାର୍କିଂ ହେବ । ସୁରକ୍ଷା ବ୍ୟବସ୍ଥା ପାଇଁ ୮ ଏଡିସିପି, ୧୬ ଏସିପି ଦାୟିତ୍ବ ଦିଆଯାଇଛି । ଏଥି ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ଼କୁ ସାଢ଼େ ୪ କୋଟି ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ୨୫ବର୍ଷ ସାଧନାକୁ ମିଳିଛି ଏହି ସମ୍ମାନ । ତେଣୁ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଜୋରଦାର ଆୟୋଜନ କରାଯାଇଛି ।

Show More

Related Articles

Back to top button