Breaking PLUSଦେଶମୁଖ୍ୟ ଖବର

ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ଅନୁଷ୍ଠାନ ଜାରି, ପଞ୍ଚମ ଦିନରେ ଚାଲିଛି ବାସ୍ତୁ ପୂଜା

ଅଯୋଧ୍ୟା, 20 ଜାନୁୟାରୀ -ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନର ଆଜି ପଞ୍ଚମ ଦିନରେ ସକାଳ 9ଟାରୁ ପୂଜା ଜାରି ରହିଛି । ଆଜି ପୂଜା ସନ୍ଧ୍ୟା ଯାଏ ଚାଲିବ । ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ଜାନୁୟାରୀ 16ର ଦ୍ୱିପ୍ରହର ପରେ ସରଯୁ ନଦୀରୁ ଆରମ୍ଭ ହୋଇଥିଲା । ଏବଂ ଜାନୁୟାରୀ 17ରେ ଶ୍ରୀରାମଲଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା ।
ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନରେ ଶ୍ରୀରାମଲଲାଙ୍କ ବିଗ୍ରହର ଅଧିବାସ ସହିତ ଆଜି ବାସ୍ତୁ ପୂଜା କରାଯାଉଛି । ଏହି ପୂଜାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଅନିଲ ମିଶ୍ର ସପରିବାର ଓ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଧ୍ୟକ୍ଷ ଆଲୋକ ଏବଂ ଅନ୍ୟ ଲୋକ ପୂଜା କରୁଛନ୍ତି ।

Show More

Related Articles

Back to top button