ଜୀବନଚର୍ଯ୍ୟା

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ମିଳିବ ସୌଭାଗ୍ୟ

ଆସନ୍ତୁ ଜାଣିବା କିପରି କରିବା ପୂଜା-

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା ଅର୍ପଣ କରାଯାଇଥାଏ l ଯଦି ଆପଣଙ୍କ ମନରେ କୌଣସି ଇଛା କିମ୍ବା ମନସ୍କାମନା ରହିଛି ତେବେ ରବିବାର ଦିନ ସୂର୍ଯ୍ୟ ଦେବଙ୍କର ବ୍ରତ ମଧ୍ୟ କରି ପାରିବେ l ସୂର୍ଯ୍ୟ ଦେବଙ୍କୁ ଧର୍ମର ଦେବତା ବୋଲି କୁହାଯାଇଥାଏ ,ତେଣୁ ତାଙ୍କ ବ୍ରତକୁ ସବୁଠୁ ଶ୍ରେଷ୍ଠ ଭାବରେ ଗ୍ରହଣ କରାଯାଏ ,କାରଣ ତାଙ୍କ ବ୍ରତ ସୁଖ ଓ ଶାନ୍ତି ପ୍ରଦାନ କରିଥାଏ l ପୌରାଣିକ ଓ ଧାର୍ମିକ ଗ୍ରନ୍ଥରେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବାର ବିଶେଷ ମହତ୍ୱ ରହିଛି l ପ୍ରତିଦିନ ସକାଳ ସମୟରେ ତମ୍ବା ପାତ୍ରରେ ଜଳ ନିଅନ୍ତୁ ଓ ସେଥିରେ ଲାଲ ଫୁଲ ,ଚାଉଳ ଓ ସିନ୍ଦୁର ପକାଇ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ଓ ଏହାପରେ ସୂର୍ଯ୍ୟଙ୍କୁ ଅନାଇ ଏହି ଅର୍ଘ୍ୟ ଦିଅନ୍ତୁ l

ଯଦି ଆପଣ ପ୍ରତେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରି ପାରୁ ନାହାନ୍ତି ତେବେ ରବିବାର ଦିନ କଞ୍ଚା କ୍ଷୀରରେ ମହୁ ଓ ଘିଅ ମିଶାଇ ଲାଲ ଫୁଲ ସିନ୍ଦୁର ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ l ଏହିପରି କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ ହୋଇ ଆୟୁ ,ଧନ,ପୁତ୍ର ,ମିତ୍ର ,ଯଶ ,ତେଜ ,ବିଦ୍ୟା ,ବୈଭବ ,ସୌଭାଗ୍ୟ ଓ ଆରୋଗ୍ୟ ପ୍ରଦାନ କରିଥାନ୍ତି l ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ କରିବା ଖୁବ ସହଜ ଅଟେ ଓ ତାଙ୍କୁ ପୂଜା କରିବାର ଉପାୟ ଗୁଡିକ ମଧ୍ୟ ସରଳ ଅଟେ l କାର୍ତିକ ,ମାର୍ଗଶିର ଓ ପୌଷ ମାସରେ ସୂର୍ଯ୍ୟଙ୍କର ପୂଜାର ବିଶେଷ ମହତ୍ୱ ରହିଛି l କାର୍ତିକ ମାସରେ ଯେପରି ସୂର୍ଯ୍ୟଙ୍କୁ ସକାଳ ସମୟରେ ଅର୍ଘ୍ୟ ଦେବାର ମହତ୍ୱ ରହିଛି ସେହିପରି ମାର୍ଗଶିର ମାସରେ ସୂର୍ଯ୍ୟଙ୍କ ପୂଜା ବିଶେଷ ଫଳପ୍ରଦ ଅଟେ l

ଏହି ପୂଜା ଦ୍ୱରା ସୂର୍ଯ୍ୟ ଦେବତା ଆପଣଙ୍କ ଘରେ ଶାନ୍ତି ଓ ସମୃଦ୍ଧି ସ୍ଥାଇକରି ରଖନ୍ତି l ପୁଷମାସ ରବିବାରରେ ସୂର୍ଯ୍ୟଙ୍କ ପୂଜା ପ୍ରାୟତଃ ଅଧିକାଂଶ ହିନ୍ଦୁ ପରିବାରରେ କରାଯାଇଥାଏ l କାରଣ ପୁଷମାସ ରବିବାରରେ ଘରର ଛୋଟ ପିଲାମାନଙ୍କ ପାଇଁ ପୂଜା କରାଯାଇଥାଏ l ପୂରଣରେ ବର୍ଣ୍ଣିତ ଅଛି ପୁଷ ରବିବାର ସୂର୍ଯ୍ୟଙ୍କ ପୂଜା ଦ୍ୱାରା ପିଲା ମାନଙ୍କର ଆୟୁ ଓ ଯଶ ବୃଦ୍ଧି ହୋଇଥାଏ l ସନ୍ତାନ ହୀନ ନାରୀ ମଧ୍ୟ ପୌଷରେ ମାସରେ ସୂର୍ଯ୍ୟଙ୍କୁ ପୂଜାକରି ତାନ୍କର ଆଶୀର୍ବାଦ ପାଇଁ ପାରିବେ l ଯେଉଁମାନେ ପୌଷମାସ ରବିବର ପୂଜା କରନ୍ତି ସେମାନେ ତେଲ ଓ ଲୁଣ ଖାଇବା ଉଚିତ ନୁହେଁ l ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ l ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ କରି ସକାଳ ଓ ସନ୍ଧ୍ୟାରେ ଦୁଇଥର ଅର୍ଘ୍ୟ ପ୍ରଦାନ କରିବ ଆବଶ୍ୟକ l

Show More

Related Articles

Back to top button