ଦେଶ ବିଦେଶସ୍ୱାସ୍ଥ୍ୟ

ସକାଳ ବଦଳରେ ସନ୍ଧ୍ୟା ସମୟରେ କରନ୍ତୁ ବ୍ୟାୟାମ, ମିଳିବ ଏହି ଲାଭ

ସକାଳ ସମୟରେ ଯୋଗ କିମ୍ବା ବ୍ୟାୟାମ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ l ତା ପରିବର୍ତ୍ତେ ସନ୍ଧ୍ୟା ସମୟରେ ଗୋଟିଏ ଅଲଗା ପ୍ରକାରର ସତେଯତା ଆମ ଶରୀରକୁ ମିଳିଥାଏ l କାରଣ ସନ୍ଧ୍ୟା ସମୟରେ ଆଳସ୍ୟ ଭାବ ଆସେନାହିଁ

ଆମେମାନେ ବାଧ୍ୟ ହୋଇ ସକାଳ ସମୟରେ ବ୍ୟାୟାମ କରିଥାଉ , କିନ୍ତୁ ଏହା ଠିକ ନୁହେଁ ,ଏପରି କରିବା ଦ୍ୱାରା ଆଗ୍ରହ ଜାତ ହୋଇନଥାଏ l ତେଣୁକରି ଆପଣ ଚାହିଁଲେ ସନ୍ଧ୍ୟା ସମୟରେ ମନକୁ ପ୍ରଫୁଲ୍ଲ ରଖି ବ୍ୟାୟାମ କରିପାରିବା l

ସତେଜ ରହିବା ପାଇଁ ଅଧିକ ଚେଷ୍ଟା କରାଯାଇ ନଥାଏ – ଆମେ ପ୍ରାତଃ ଭ୍ରମଣରେ ଯାଉ କିମ୍ବା ବ୍ୟାୟାମ କରୁ ସେଥିପାଇଁ ଆମକୁ ସକାଳୁ ପାଖାପାଖି ନିଜକୁ ୧୫ ମିନିଟ ପର୍ଯ୍ୟନ୍ତ ନିଜକୁ ସଜାଗ କରିବାକୁ ପଡିଥାଏ , ଯାହାଦ୍ୱାରା ଆମର ଶରୀର ବ୍ୟାୟାମ କରିବା ପାଇଁ ଉପଯୁକ୍ତ ହୋଇଥାଏ l କିନ୍ତୁ ସନ୍ଧ୍ୟା ସମୟରେ ନିଜକୁ ଅଧିକ ସମୟ ପ୍ରସ୍ତୁତ କରିବାକୁ ଲାଗେ ନାହିଁ l ଏହାର କାରଣ ହେଲା ଦିନସାରା ଆମ ଶରୀର ଯେ କୌଣସି କାର୍ଯ୍ୟ କରିବା ପାଇଁ ତତ୍ପର ଥାଏ , ତେଣୁ ସନ୍ଧ୍ୟା ସମୟରେ ଆମକୁ ଅଳସୁଆ ଲାଗେ ନାହିଁ l

ସତେଜତା ପାଇଁ ସମ୍ପୂର୍ଣ ଶକ୍ତି ଆବଶ୍ୟକ – ଆପଣ ବ୍ୟାୟାମ ପୂର୍ବରୁ ୱାର୍କଆଉଟ କରି ନିଜକୁ ଶକ୍ତି ଯୋଗାଇ ଥାନ୍ତି ,ଏହା ଆପଣ ୧୫ ମିନିଟ କରନ୍ତୁ କିମ୍ବା ଅଧଘଣ୍ଟା l ସକାଳର ୱାର୍କଆଉଟ ପରେ ପେଟ ସମ୍ପୂର୍ଣ ଖାଲି ହୋଇଯାଇଥାଏ l ଯେଉଁ କାରଣରୁ ଅଧିକ ଶକ୍ତି ମିଳି ନଥାଏ l ସନ୍ଧ୍ୟା ସମୟରେ ଏହି ଏନର୍ଜି ସମ୍ପୂର୍ଣ ଭାବରେ ମିଳିଥାଏ l

ଶରୀର ଫ୍ଲେକ୍ସିବ୍ଲ ରୁହେ – ସକାଳ ତୁଳନାରେ ସନ୍ଧ୍ୟା ସମୟରେ ଶରୀର ଅଧିକ ଲଚୀଲା ରହିଥାଏ l ତେଣୁ ନିଜକୁ ସତେଜ ରଖିବା ପାଇଁ ଅଧିକ ପରିଶ୍ରମ ସନ୍ଧ୍ୟା ସମୟରେ କରିବାକୁ ପଡେନାହିଁ l

ଭଲ ନିଦପାଇଁ -ଫିଟନେସ ସହିତ ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ଦ୍ୱାରା ରାତିରେ ଭଲ ନିଦ ଆସିଥାଏ l କାରଣ ଆମ ଶରୀର ସମ୍ପୂର୍ଣ ରିଲାକ୍ସ ହୋଇଯାଇଥାଏ l ଯାହା ଦ୍ୱାରା ଆମେ ରାତିରେ ଠିକ୍ରେ ସୋଇପାରୁ l

ମାନସିକ ଚାପମୁକ୍ତ ରହିଥାଉ – ସନ୍ଧ୍ୟା ସମୟରେ ଆମେ ଯଦି ବ୍ୟାୟାମ କରିବା ତେବେ ଚାପମୁକ୍ତ ରହିବା l କାରଣ ସନ୍ଧ୍ୟା ବେଳେ ବ୍ୟାୟାମ କଲେ ଆମ ମସ୍ତିସ୍କ ସମ୍ପୂର୍ଣ ଚାପମୁକ୍ତ ରହିଥାଏ l ଆମ ଶରୀରର ପ୍ରତ୍ୟେକଟି ଅଙ୍ଗ ଏକ ପ୍ରକାରର ସତେଜତା ଅନୁଭବ କରିଥଏ , ତେଣୁ ଆମେ ଚାପମୁକ୍ତ ରହିଥାଉ l ମାନସିକ ଚାପ ମସ୍ତିଷ୍କର ସୁସ୍ଥତା ପାଇଁ ଠିକ ନୁହେଁ ,ତେଣୁ ସନ୍ଧ୍ୟା ସମୟର ବ୍ୟାୟାମ ଆମ ମାଂସପେଶୀକୁ ମଧ୍ୟ ରିଲାକ୍ସ କରିଥାଏ l ସେଥିପାଇଁ ଆମେ ରାତିରେ ଚାପମୁକ୍ତ ଓଇ ଶୋଇପାରୁ l

Show More

Related Articles

Back to top button