ଖେଳମନୋରଞ୍ଜନ

ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡ୍ ହେଉଛି ବିରାଟ ଅନୁଷ୍କାଙ୍କ ଝିଅ ‘ବାମିକା’

ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଝଲକ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଗତକାଲି ଅନୁଷ୍କା ଶର୍ମା ସୋସିଆଲ ମିଡ଼ିଆରେ ନିଜ ଶିଶୁ କନ୍ୟାର ପ୍ରଥମ ଫଟୋ ସେୟାର କରିଥିଲେ

ସେ ନିଜ ଶିଶୁ କନ୍ୟାର ନାଁ ମଧ୍ୟ ଜଣାଇଥିଲେ। ଶିଶୁ ଜନ୍ମ ଦିନରୁ ପ୍ରଶଂସକ ବିରାଟ ଅନୁଷ୍କାଙ୍କ ଝିଅର ଫଟୋ ଦେଖିବାକୁ ଅପେକ୍ଷା କରିଥିଲେ। ଗତକାଲି ଅନୁଷ୍କା ସେୟାର କରିଥିବା ଫଟୋରେ ଶିଶୁର ମୁହଁ ଦେଖାଯାଉନାହିଁ କିନ୍ତୁ ବିରାଟ ଅନୁଷ୍କା ଝିଅକୁ ସ୍ନେହଭରା ଚାହାଣିରେ ଅନେଇ ରହିଛନ୍ତି।ଝିଅ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଅନୁଷ୍କା ଲେଖିଥିଲେ,”ଆମେ ଏକାସାଙ୍ଗେ ସ୍ନେହ ଓ କୃତଜ୍ଞତାର ସହ ଥିଲୁ କିନ୍ତୁ ଏଇ ଛୋଟ ପରୀ ବାମିକା ଏକ ନୂଆ ସ୍ଥରକୁ ନେଇ ଆସିଛି। ଲୁହ, ହସ, ଖୁସି, ଚିନ୍ତା-ଏସବୁ ଇମୋସନକୁ ଆମେ ମିଶି ଜିଇଁଛୁ।

ଆପଣମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇଁ ଧନ୍ୟବାଦ।”ଝିଅର ନାଁ ‘ବାମିକା’ ବିରାଟ ଓ ଅନୁଷ୍କାଙ୍କ ନାଁକୁ ମିଶାଇ ଦିଆଯାଇଛି। ଏହି ନାଁରେ ବିରାଟ କୋହଲିଙ୍କ ନାଁର ବ ଅକ୍ଷର ଓ ଅନୁଷ୍କାଙ୍କ ନାଁର କା ଅକ୍ଷର ସାମିଲ କରାଯାଇଛି। ଏହି ନାଁର ଅର୍ଥ ହେଲା ଦେବୀ ଦୁର୍ଗା। ଏହି ନାଁ ଦେବୀ ଦୁର୍ଗାଙ୍କର ଏକ ବିଶ୍ଳେଷଣ। ନାଁ ସେୟାର କରିବା ପରେ ଏହା ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହେବାରେ ଲାଗିଛି।

Show More

Related Articles

Back to top button