ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଆଇ.ଟି.ଆଇ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ କରାଯାଛି

ଏହା ଦ୍ବାରା ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ କରାଯାଇଛି।

କୋଭିଡ ଯୋଗୁଁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି’ ଛାଡ ପାଇବେ।

Show More

Related Articles

Back to top button