ସୋମବାରଦିନ ଏହିପରି ଭାବରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ
ହୋଇପାରିବ ସମସ୍ତ ରିଷ୍ଟ ଖଣ୍ଡନ-
ସୋମବାରଦିନ ଟି ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ମୁଖ୍ୟ ଦିନ ,କାରଣ ଏହି ଦିନଟି ଭଗବାନ ଶିବଙ୍କୁ ଅର୍ପଣ କରାଯାଇଛି l ମାନ୍ୟତା ଅନୁସାରେ ଏହିଦିନ ଶିବ ଭଗବାନଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l କିନ୍ତୁ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ସୋମବାରଦିନ କରିବା ଉଚିତ ନୁହେଁ ,ଯଦି ଆମେ ଏହି କାର୍ଯ୍ୟକୁ କରିବା ତେବେ ଆମକୁ ଭଗବାନ ଶିବଙ୍କ ଆଶୀର୍ବାଦ ମିଳି ନଥାଏ l ତେଣୁ ଭଗବାନ ଶିବଙ୍କ ପୂଜାରେ କୌଣସି ବିଘ୍ନ ଉପୁଚିବା ଉଚିତ ନୁହେଁ l
ସୋମବାର ଦିନ ସକାଳୁ ଉଠି ସ୍ନାନ କରିସାରି ଭଗବାନ ଶିବଙ୍କ ସହିତ ନନ୍ଦୀଙ୍କୁ ମଧ୍ୟ ଗଙ୍ଗା ଜଳ ଅର୍ପଣ କରନ୍ତୁ l
ଖାସ କରି ସୋମବାରଦିନ ଚନ୍ଦନ ,ଅକ୍ଷତ ,ବେଲ ପତ୍ର ,ଦୁଦୁରା ଫୁଲ ଇତ୍ୟାଦି ଭଗବାନ ଶିବଙ୍କୁ ଅର୍ପଣ କରିବା ଆବଶ୍ୟକ l ଏହି ସମସ୍ତ ଜିନିଷକୁ ଅର୍ପଣ କରିବା ଦ୍ୱାରା ଭୋଳାନାଥଙ୍କ ଖୁସି ହୋଇଥାନ୍ତି l
ସୋମବାର ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ୧୦୮ଥର କରିବା ଆବଶ୍ୟକ l ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଶିବଙ୍କର ବିଶେଷ କୃପା ଲାଭ ହୋଇଥାଏ l
ଯେତେବେଳେ ଆପଣ ଶିବଙ୍କୁ ଚାଉଳ ଅର୍ପଣ କରୁଛନ୍ତି ଧ୍ୟାନ ରଖିବେ ଯେ ଯେପରି ଚାଉଳ ଭାଙ୍ଗି ନଥିବା ଆବଶ୍ୟକ l
ଭୋଳାନାଥ ଙ୍କୁ ନଡ଼ିଆ ଖୁବ ପସନ୍ଦ ,ତେଣୁ ତାଙ୍କୁ ନଡ଼ିଆ ଅର୍ପଣ କରିବାକୁ ଭୁଲିବେ ନାହିଁ l
ଶିବଙ୍କୁ ପୂଜା କରିବା ସମୟରେ କଲା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ ,ପୂଜା କରିବା ସମୟରେ ଧଳା ,ନାଲି ,ସବୁଜ ଇତ୍ୟାଦି ରଙ୍ଗର ବସ୍ତ୍ର ପରିଧାନ କରିବା ଆବଶ୍ୟକ l
ସୋମବାରଦିନ ଶିବ ଭଗବାନଙ୍କୁ ଶଙ୍ଖରେ ଜଳ ଅର୍ପଣ କରିବାର ମହତ୍ୱ –
ଶିବଙ୍କୁ ଶଙ୍ଖ ସାହାଯ୍ୟରେ ଜଳ ଅର୍ପଣ କରିବା ଦ୍ୱାରା ଗୃହର ରିଷ୍ଟ ଖଣ୍ଡନ ହୋଇଥାଏ l ଗୃହରେ ଶାନ୍ତି ଓ ସମୃଦ୍ଧି ସ୍ଥାପନା ହୋଇଥାଏ ,ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ ,ନାକାରାତ୍ମକ ଶକ୍ତି ମାନଙ୍କର ନାସ ହୋଇଥାଏ l ଯଦି ଆପଣ ପରିଶ୍ରମ କରି ମଧ୍ୟ ଜୀବନରେ ଉନ୍ନତି କରିପାରୁ ନାହାନ୍ତି ତେବେ ଜଳ ସହିତ ରାଶି ଅର୍ପଣ କରି ଶିବ ଲିଙ୍ଗରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଆପଣଙ୍କର ନ ହେବା କାର୍ଯ୍ୟ ମଧ୍ୟ ହଇଯିବ l