ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବା ବନ୍ଧାକୋବି ସାଲାଡ଼

ବନ୍ଧାକୋବି, ଶୀତଦିନିଆ ବଜାରରେ ଏଇ ପରିବାର ଭିଡ଼ ଦେଖିବାକୁ ମିଳେ। ପୋଷକତତ୍ତ୍ବ ଭରପୂର ବନ୍ଧାକୋବି ଖାଇଲେ ରୋଗପ୍ରତିରୋଧକ ବଢ଼ିବା ସହ କୋଲେଷ୍ଟରଲ୍ ସ୍ତର ନିୟନ୍ତ୍ରଣରେ ରହେ

– ବନ୍ଧାକୋବି ତରକାରି ସହ ଦ୍ବିପହର ଭୋଜନରେ ଏହାର ସାଲାଡ୍ ଖାଆନ୍ତୁ। କଞ୍ଚା ବନ୍ଧାକୋବି ଖାଇବା ଶରୀର ପାଇଁ ବେଶ୍ ଭଲ। ବନ୍ଧାକୋବିକୁ ପତଳା କାଟି ସେଥିରେ କାକୁଡ଼ି, ଗାଜର, ଲେମ୍ବୁ ଚିପୁଡ଼ି ମିଶାଇ ସାଲାଡ୍ ଭଳି ଖାଇପାରିବେ।

– ବନ୍ଧାକୋବି ସାଲାଡ୍ ଖାଇଲେ ଆମ ପାଚନ ଶକ୍ତି ଭଲ ହେବା ସହ ଓଜନ ନିୟନ୍ତ୍ରଣରେ ରହେ। ବାରମ୍ବାର ଭୋକ ଲାଗୁଥିଲେ, ଦିନକୁ ୨ଥର ଭୋଜନ ପୂର୍ବରୁ ବନ୍ଧାକୋବି ସାଲାଡ୍ ଖାଇଲେ ଉତ୍ତମ ପ୍ରଭାବ ପଡ଼ୁଥିବାର ବିଶେଷଜ୍ଞଙ୍କ ମତ।
– ଏହା ସହ ଏଇ ସାଲାଡ୍ ଖାଇଲେ ଆମ ଦୃଷ୍ଟି ଶକ୍ତି ଭଲ ହେବା ସହ କେଶ ଓ ତ୍ବଚାକୁ ମଧ୍ୟ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳେ।

Show More

Related Articles

Back to top button