ସ୍ୱାସ୍ଥ୍ୟ

ଆପଣ ୪୦ବର୍ଷ ଅତିକ୍ରମ କରିଥିଲେ, ଇମ୍ୟୁନିଟି ବଢାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ମହିଳା ଓ ପୁରୁଷ ମାନଙ୍କର ବୟସ ବଢ଼ିବାରେ ଅନେକ ଫରକ ରହିଛି l ବଢୁଥିବା ବୟସ ସହିତ ମହିଳା ମାନଙ୍କର ମେଟାବୋଲିଯିମ ସିଷ୍ଟମ ଓ ମାଂସପେଶୀ ଦ୍ରୁତ ଗତିରେ ଦୁର୍ବଳ ହୋଇଥାଏ

ଗବେଷକ ମାନେ କହିଛନ୍ତି ଯେ ୪୦ ବର୍ଷ ହେବ ପରେ ମହିଳା ମାନେ ନିଜର ଇମ୍ୟୁନ ସିଷ୍ଟମ ଓ ମେଟାବୋଲିଯିମକୁ ସୁସ୍ଥ ରଖିବା ଦ୍ୱାରା ମହିଳା ମାନଙ୍କର ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ହୋଇ ପାରିବ l ତେଣୁ କରି ୪୦ ବର୍ଷରୁ ଅଧିକ ମହିଳା ମାନଙ୍କୁ ନିଜ ଖାଦ୍ୟରେ କିଛି ଜିନିଷ ସାମିଲ କରିବାକୁ ପଡିବ ଆସନ୍ତା ସେଗୁଡିକ ଜାଣିବା l

– ଆଲମଣ୍ଡ ଓ ଅଖରୋଟ -ବଢୁଥିବା ବୟସ ସହିତ ପ୍ରତ୍ୱେକଟି ମହିଳା ନିଜ ଖାଦ୍ୟରେ ଏହି ଦୁଇଟି ଜିନିଷକୁ ସାମିଲ କରିବା ବଶ୍ୟକ l ସ୍ୱାସ୍ଥ୍ୟକର ଫ୍ୟାଟ ,ପ୍ରୋଟିନ ଓ ଫାଇବରରେ ଭରପୁର ଏହି ଦୁଇଟି ଜିନିଷ ଇମ୍ୟୁନିଟି ବଢି଼ବା ପାଇଁ ଲାଭଦାୟକ l ତା ସହିତ ଓଜନ ମଧ୍ୟ ନିୟନ୍ତ୍ରିତ କରିଥାନ୍ତି l
– ସେଓ -ପ୍ରତେକ ଦିନ ସକାଳୁ ଗୋଟିଏ ମାତ୍ର ସେଓ ଖାଇବା ଦ୍ୱାରା ମଣିଷ ଶରୀରର ଅଧିକାଂଶ ରୋଗ ଦୁରେଇ ଯାଇଥାଏ l ସେଓ କେବଳ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକକୁ ନିୟନ୍ତ୍ରଣ କରିବା ସହିତ ହୃତ୍ପିଣ୍ଡ ସହିତ ଯୋଡି ହୋଇଥିବା ବିପଦକୁ ମଧ୍ୟ ଦୁରେଇ ଥାଏ l ତେଣୁକରି ସେଓ ଖାଇବା ନିହାତି ଆବଶ୍ୟକ l

– ଖଟା ଫଳ- କମଳା ,ଅଙ୍ଗୁର ଓ ଲେମ୍ବୁ ଭଳି ଖଟା ଫଳରେ ଆଣ୍ଟିଆକ୍ସିଡେଣ୍ଟ ରହିଥାଏ l ଏଥିରେ ଥିବା ଫାଇବାର ,ଭିଟାମିନ-ସି ତା ସହିତ ସମସ୍ତ ପ୍ରକାରର ନିୟୁଟ୍ରିସନ ଆମର ମସ୍ତିସ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ମୋଟାପନ ପାଇଁ ମଧ୍ୟ ଖଟା ଫଳ ଅତ୍ୟନ୍ତ ଉପକାରୀ l
– ଅଣ୍ଡା -ମହିଳା ମାନଙ୍କ ଶରୀରରେ ଭିଟାମିନ-ଡି ଓ ଆଇରନର କମି ଅନେକ ସମୟରେ ଦେଖିବାକୁ ମିଳିଥାଏ l ଅଣ୍ଡା ମହିଳା ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l ଏଥିରେ ପ୍ରୋଟିନର ଭରପୁର ମାତ୍ର ରହିବ ସହିତ କୋଲେଷ୍ଟ୍ରଲ ସ୍ତର ମଧ୍ୟ କମ ହୋଇଥାଏ l ହୃଦଘାତ ଜନିତ ରୋଗ ଓ ମୋଟାପଣକୁ ମଧ୍ୟ ଅଣ୍ଡା ନିୟନ୍ତ୍ରଣ କରିଥାଏ l
– ଦହି -ଦହିକୁ କ୍ୟାଲସିୟମ ଓ ପ୍ରୋଟିନର ଗୋଟିଏ ଭଲ ସ୍ରୋତ ଭାବରେ ଗ୍ରହଣ କରାଯାଏ l ଏଥିରେ ଥିବା ଗୁଣକାରୀ ତତ୍ୱ ଆମ ଶରୀରକୁ ଅଧିକାଂଶ ସ୍ତରରେ ଲାଭ ଦେଇଥାଏ ଏହା ଆମର ଇମ୍ୟୁନିଟିକୁ ବଢ଼ିବାରେ ବଡ ପଦକ୍ଷପ ଗ୍ରହଣ କରେ l

Show More

Related Articles

Back to top button