Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସୋମବାର ଏହି ସବୁ ଜିଲ୍ଲାରେ ବର୍ଷା

ଆଗକୁ ପାଗ ଶୁଖିଲା

ସୋମବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ମଙ୍ଗଳବାରଠାରୁ ତିନି ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା କମ୍‌ । ପାଗ ଶୁଖିଲା ରହିବ । ୨୬, ୨୭ ଓ ୨୮ ତାରିଖ ତିନି ଦିନ ରାଜ୍ୟରେ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୬୬.୮ ମିଲିମିଟର ବର୍ଷା ହୋଇଛି ।

ଖୋର୍ଦ୍ଧାରେ ୪୫, ଯାଜପୁରରେ ୪୪, ସୋନପୁରରେ ୪୩, ସମ୍ବଲପୁରରେ ୩୩.୪, ହୀରାକୁଦରେ ୩୧.୪ ଓ ଭୁବନେଶ୍ୱରରେ ୩୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ଭିତରେ ଢେଙ୍କାନାଳରେ ୪୧, ମାଲକାନଗିରିରେ ୧୮, ବୌଦ୍ଧରେ ୧୨ ଓ କେନ୍ଦ୍ରାପଡାରେ ୯.୭ ମିମି ବର୍ଷା ହୋଇଛି । ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ମହାନଦୀ ଉପରମୁଣ୍ଡର ଦେଓଗାଁରେ ୧୫୨ ମିଲିମିଟର ବର୍ଷା ହୋଇଥିବା ବେଳେ ତଳମୁଣ୍ଡର ବରଗଡ଼ରେ ୬୬.୮, ବିଜେପୁରରେ ୬୩ ଓ ଡୁଙ୍ଗୁରୁପାଲିରେ ୫୪ ମିମି ବର୍ଷା ହୋଇଛି ।

Show More

Related Articles

Back to top button