ଜୀବନଚର୍ଯ୍ୟା

ସୋମବାର ଦିନ କରି ନିଅନ୍ତୁ ଏହି ଗୋଟିଏ ଉପାୟ

ମିଳିବ ସମସ୍ତ କ୍ଷେତ୍ରରେ ସଫଳତା ଓ ହେବ ଦାମ୍ପତ୍ୟ ଜୀବନ ସୁଖମୟ

ସୋମବାର ଦିନ ଟି ମହାଦେବ ଙ୍କୁ ଅର୍ପିତ ଅଟେ । ମାନ୍ୟତା ରହିଛି ଯେ ଭକ୍ତ ନିଜ ମନୋସ୍କାମନା ପୁରଣ କରିବା ପାଇଁ ଯଦି ସୋମବାର ଦିନ କରିନେବ ଏହି ଗୋଟିଏ ଉପାୟ ସମ୍ପୂର୍ଣ୍ଣ ଦିନଟି ତାର ବଦଳି ଯିବ। ମହାଦେବ ଙ୍କୁ ଗୋଟିଏ ଲୋଟା ଜଳ ଅର୍ପଣ କରିବା ଦ୍ୱାରା ମଧ୍ୟ ଜୀବନ ରେ ଅନେକ ପରିବର୍ତ୍ତନ ଆସିଥାଏ ।
ମହାଦେବ ହେଉଛନ୍ତି ସାମାନ୍ୟ ଭକ୍ତିରେ ସନ୍ତୁଷ୍ଟ ହେବା ଭଳି ଭଗବାନ୍ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ଖୁବ୍ ସହଜ । ସୋମବାର ଦିନ ଦୁଗ୍ଧ ଅର୍ପଣ କରିବା ଭଗବାନ୍ ଙ୍କୁ ଅଲଗା ମହତ୍ତ୍ଵ ରହିଥାଏ । ଶାସ୍ତ୍ର ଦୃଷ୍ଟିରୁ ସୋମବାର ଦିନ ଶିବ ଲିଙ୍ଗ ରେ ଦୁଗ୍ଧ ଅର୍ପଣ କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟ ଦୁର ହୋଇଥାଏ।
* କୁଣ୍ଡଳୀ ର ଗ୍ରହ ଦୋଷ ଦୁର କରିବା ପାଇଁ:-
ସୋମବାର ଦିନ ଯେ କୌଣସି ଶିବ ମନ୍ଦିର କୁ ଯାଇ ଶିବ ଲିଙ୍ଗ ରେ ଦୁଗ୍ଧ ଅର୍ପଣ କରନ୍ତୁ। ମାନ୍ୟତା ରହିଛି ଯେ ଏପରି ୭ଟି ସୋମବାର କରିବା ଦ୍ୱାରା କୁଣ୍ଡଳୀ ରୁ ଗ୍ରହ ଦୋଷ ଦୁର ହୋଇଥାଏ ଓ ସମସ୍ତ ଇଚ୍ଛା ପୁରଣ ହୁଏ ।

* ବୈବାହିକ ଜୀବନ ରେ ସୁଖ ଶାନ୍ତି ପାଇଁ :-
ଯଦି ଆପଣ ଙ୍କ ବୈବାହିକ ଜୀବନ ରେ ବାଧା ବିଘ୍ନ ଆସୁଛି ତେବେ ସୋମବାର ଦିନ ଗୌରୀ ଶଙ୍କର ରୁଦ୍ରାକ୍ଷ ମହାଦେବ ଙ୍କ ମନ୍ଦିର ରେ ଅର୍ପଣ କରନ୍ତୁ। ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହେବ।
* ଆର୍ଥିକ ସଙ୍କଟ ଦୁର କରିବା ପାଇଁ:-
ଯଦି ଆପଣ ଙ୍କ ଜୀବନ ରେ କୌଣସି ପ୍ରକାର ଆର୍ଥିକ ସଙ୍କଟ ଦେଖା ଦେଇଛି ତେବେ ସୋମବାର ଦିନ ଶିବଲିଙ୍ଗ ରେ ଦୁଗ୍ଧ ଅର୍ପଣ କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।

Show More

Related Articles

Back to top button