ବଲିଉଡମନୋରଞ୍ଜନ

ଜୁନ୍‌ରେ ଆରମ୍ଭ ହେବ କ୍ରିସ୍‌-୪ର ଶୁଟିଂ

ଫିଲ୍ମକୁ ନେଇ ପ୍ରସ୍ତୁତି ଆରମ୍ଭ କଲେଣି ରାକେଶନ୍‌ ରୋଶନ

ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ହ୍ରିତିକ ରୋଶନ ଏବେ ନିଜ ଅପ୍‌କମିଂ ଫିଲ୍ମ ‘ବିକ୍ରମ ବେଧା’ର ସୁଟିଂକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଦୀପିକା ମଧ୍ୟ ନଜର ଆସିବେ। ସେପଟେ ବାପା ରାକେଶ ରୋଶନ କ୍ରିସ୍‌-୪ କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ରିପୋର୍ଟ ମୁତାବକ, ଏବେ ରାକେଶ ରୋଶନ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ସବୁ ଜିନିଷ ଉପରେ କାମ ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି କି ଜୁନ୍‌ରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯିବ। କ୍ରିସ୍‌-୪ର ପ୍ରସ୍ତୁତି ଓ ଫିଲ୍ମର କାଷ୍ଟିଂ ଚଳିତ ବର୍ଷ ଜୁନ୍‌ରୁ ଆରମ୍ଭ ହୋଇଯିବ। କିନ୍ତୁ ଏହି ଫିଲ୍ମରେ କିଏ ଲିଡ୍‌ ହିରୋଇନ୍‌ ହେବେ ସେ ନେଇ ରାକେଶ ରୋଶନ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ତେବେ ଫିଲ୍ମର ସବୁ ସିରିଜ୍‌ରେ ପ୍ରିୟଙ୍କା ଚୋପ୍ରା ହିଁ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। କିନ୍ତୁ ବର୍ତ୍ତମାନ ହିରୋଇନ୍‌କୁ ନେଇ ଚର୍ଚ୍ଚା ଚାଲିଛି କି କ୍ରିସ୍‌-୪ରେ ଦୀପିକା ନଜର ଆସିପାରନ୍ତି । ଏବେ ହ୍ରିତିକ ‘ବିକ୍ରମ ବେଧା’ର ସୁଟିଂ ସାରିବେ। ତା’ ପରେ ଅଗଷ୍ଟରେ ଦୀପିକା ପାଦୁକୋନ୍‌ଙ୍କ ସହ ଫାଇଟରର ସୁଟିଂ କରିବେ। ଫାଇଟର ସୁଟିଂ ପାଇଁ ହ୍ରିତିକଙ୍କୁ ପ୍ରାୟ ୧୦୦ ଦିନ ଲାଗିବ। ୨୦୨୨ ଶେଷରେ ଫିଲ୍ମର ସୁଟିଂ ସାରିବାକୁ ଯୋଜନା ହୋଇଛି। ୨୮ ସେପ୍ଟେମ୍ବର ୨୦୨୩ରେ ନିର୍ମାତା ‘ଫାଇଟର’ ଫିଲ୍ମକୁ ରିଲିଜ୍‌ କରିବାକୁ ଚାହୁଁଛନ୍ତି। ଏହାର ପୂରା ସିଡ୍ୟୁଲରୁ ଜଣାପଡ଼ୁଛି ଯେ ଆସନ୍ତାବର୍ଷ ହିଁ କିସ୍‌ ୪ର ସୁଟିଂ ଆରମ୍ଭ ହେବ।

Show More

Related Articles

Back to top button