Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ମହଙ୍ଗା ପଡିଲା ଅଟା :୧୫ ଦିନରେ ୬ଟଙ୍କାକୁ ବୃଦ୍ଧି

ରୁଷ-ୟୁକ୍ରେନର ଯୁଦ୍ଧ ଲାଗି ଦେଶରେ ଗହମ ଓ ମକାର ଦର ବୃଦ୍ଧି ପାଉଛି ।

ରୁଷ-ୟୁକ୍ରେନର ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି । ରୁଷ୍‌-ୟୁକ୍ରେନ୍‌କୁ ସାରାୟୁରୋପ୍‌ର ବ୍ରେଡ୍‌ବାସ୍କେଟ୍ ବୋଲି କୁହାଯାଉଛି । ରୁଷ-ୟୁକ୍ରେନର ଯୁଦ୍ଧ ଲାଗି ଦେଶରେ ଗହମ ଓ ମକାର ଦର ବୃଦ୍ଧି ପାଉଛି । ସାରା ଦୁନିଆକୁ ରପ୍ତାନି କରାଯାଉଥିବା ଗହମର ୨୯% ଓ ମକାର ୧୯% ରୁଷ୍ ଓ ୟୁକ୍ରେନ୍‌ରୁ ଆସିଥାଏ । ଯୁଦ୍ଧ ଯୋଗୁଁ ଏହି ଦୁଇଦେଶରୁ ଗହମ ଓ ମକା ରପ୍ତାନି ପ୍ରଭାବିତ ହୋଇଛି ।  ଫଳସ୍ୱରୁପ ଦେଶରେ ଗହମ ମହଙ୍ଗା ହେବାରେ ଲାଗିଛି । ବଜାର ଦର ଅନୁସାରେ ଗତ ୧୫ ଦିନରେ ହିଁ ଅଟା ଦରରେ ପାଖାପାଖି ୬ ଟଙ୍କା ପର୍ଯ୍ୟନ୍ତ ପ୍ରତି କିଲୋଗ୍ରାମ୍ ବୃଦ୍ଧି ପାଇଛି । ରୁଷ୍ ବିଶ୍ୱର ସର୍ବବୃହତ୍ ଗହମ ରପ୍ତାନିକାରୀ ରାଷ୍ଟ୍ର ହେବା ଯୋଗୁଁ ବୈଶ୍ୱିକସ୍ତରରେ ଗହମ ରପ୍ତାନି ଭୟଙ୍କର ଭାବେ ପ୍ରଭାବିତ ହୋଉଛି । ଆଗାମୀ ସମୟରେ ମଧ୍ୟ ଏହି ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ଚୀନ୍ ଓ ଭାରତ ପରେ ରୁଷ୍ ଗହମର ବଡ଼ ଉତ୍ପାଦକ ଦେଶ ଭାବେ ଜଣା । ଏଥିସହିତ ରୁଷ୍ ଗହମ ରପ୍ତାନି ମାମଲାରେ ବିଶ୍ୱରେ ପ୍ରଥମ ଓ ୟୁକ୍ରେନ୍ ୫ମ ବୋଲି ଜଣାପଡ଼ିଛି । ଆମେରିକା, ଲେବନାନ୍‌, ନାଇଜେରିଆ ଓ ହଙ୍ଗେରୀ ସମେତ ଅନେକ ଦେଶ ରୁଷ୍‌ରୁ ଗହମ, ଅଶୋଧିତ ତୈଳ ସମେତ ଅନ୍ୟାନ୍ୟ ଅନେକ ସାମଗ୍ରୀର ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି । ଫଳରେ ସାରା ବିଶ୍ୱରେ ଗହମ ଉପଲବ୍ଧର ସମସ୍ୟା ଦେଖାଯାଇଛି । ଭାରତ ମଧ୍ୟ ରପ୍ତାନି ପରିମାଣ ବୃଦ୍ଧି କରିଛି । ରୁଷ୍ ଉପରେ କଟକଣା ଲାଗୁ ହେବା ପରେ ଭାରତର ମଧ୍ୟପ୍ରଦେଶରୁ ଦୈନିକ ୨ରୁ ୨ ଲକ୍ଷ ଟନ୍ ଗହମ ୟୁରୋପ୍ ଆଦି ଦେଶକୁ ରପ୍ତାନି କରାଯାଉଛି । ଫଳରେ ସ୍ଥାନୀୟ ବଜାରରେ ଗହମ ଓ ଅଟାର ଦର ବୃଦ୍ଧି ପାଇବାରେ ଲାଗିଛି ।

Show More

Related Articles

Back to top button