ମନୋରଞ୍ଜନ

ଶେହନାଜଙ୍କ ସହ ଡିସେମ୍ବରରେ ବିବାହ କରିଥାନ୍ତେ ସିଦ୍ଧାର୍ଥ: ହୋଟେଲ ବୁକିଂ ସହ ଚାଲିଥିଲା ଅନ୍ୟ ପ୍ରସ୍ତୁତି

ସେପ୍ଟେମ୍ବର ୨ ତାରିଖରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

୪୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲଙ୍କ ମାନସିକ ସ୍ଥିତି ଭଲ ନାହିଁ। ଶେହନାଜ ସିଦ୍ଧାର୍ଥଙ୍କୁ ଝୁରି ହେଉଛନ୍ତି। ସିଦ୍ଧାର୍ଥ ଓ ଶେହନାଜଙ୍କ ସମ୍ପର୍କର ଗଭୀରତାକୁ ବଖାଣୁଥିବା କିଛି ଫଟୋ, ଭିଡିଓ ଓ ପୋଷ୍ଟ ସାମ୍ନାକୁ ଆସିଛି। ଏହି ଫଟୋ, ଭିଡିଓ ପ୍ରମାଣ କରିଛନ୍ତି ଯେ ଉଭୟଙ୍କ ସମ୍ପର୍କ କେତେ ଗଭୀର ଥିଲା। ଇତି ମଧ୍ୟରେ ଆଉ ଏକ କଥା ଶୁଣିବାକୁ ମିଳିଛି। ସିଦ୍ଧାର୍ଥ ଓ ଶେହନାଜ ଆଗାମୀ ଡିସେମ୍ବର ମାସରେ ବିବାହ କରିବାକୁ ଯାଉଥିଲେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ କିଛି କିଛି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା ବୋଲି କୁହାଯାଉଛି।ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଓ ଶେହନାଜ ନିର୍ବନ୍ଧ କରିସାରିଥିଲେ।

ଦୁହେଁ ଡିସେମ୍ବର ବାହାହେବାକୁ ଯୋଜନା କରିଥିଲେ। ଏଥିପାଇଁ ହୋଟେଲ ଦେଖିବା ଆରମ୍ଭ କରିଦେଇଥିଲେ। ସିଦ୍ଧାର୍ଥ ଓ ଶେହନାଜଙ୍କ ଅନେକ ଫଟୋ ଭାଇରାଲ ହୋଇଛି ଯାହା ପ୍ରମାଣ କରେ ଉଭୟଙ୍କ ସମ୍ପର୍କ କେତେ ଗଭୀର। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ ଯେଉଁଭଳି ଭାଙ୍ଗି ପଡିଛନ୍ତି ତାହା ମଧ୍ୟ ଉଭୟଙ୍କ ସମ୍ପର୍କକୁ ବୁଝିବା ପାଇଁ ଯଥେଷ୍ଟ। ସିଦ୍ଧାର୍ଥ କେବେ ଖୋଲାଖୋଲି ଭାବେ ଶେହନାଜଙ୍କ ସହ ସମ୍ପର୍କରେ ଥିବା କହିନଥିଲେ। କିନ୍ତୁ ଶେହନାଜ ସିଦ୍ଧାର୍ଥଙ୍କ ସହ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରିଥିଲେ। ନିଜର ବିନ୍ଦାସ ଅନ୍ଦାଜ ପାଇଁ ଜଣାଶୁଣା ଶେହନାଜ ଗିଲ ବିଗ ବସରେ କରଣ ଜୋହରଙ୍କ ସାମ୍ନାରେ ଏତିକି ବି କହିଥିଲେ ଯେ ତାଙ୍କ ସମ୍ପର୍କ କେବେ ଭାଙ୍ଗିବନି। ତାଙ୍କ କହିବା ଅନୁଯାୟୀ, ସମ୍ପର୍କ ତ ଭାଙ୍ଗି ନଥିଲା କିନ୍ତୁ ଭଗବାନଙ୍କ ଇଚ୍ଛା ଆଉ କିଛି ଥିଲା। ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ଯୋଗୁଁ ଉଭୟଙ୍କ ସମ୍ପର୍କ ଅଧା ରହିଗଲା, ବିବାହ ବେଡି ଯାଏଁ ପହଞ୍ଚି ପାରିଲାନି।

Show More

Related Articles

Back to top button