ଦେଶଦେଶ ବିଦେଶରାଜନୀତି

୨୦୨୨ ରେ ବିଜେପି ସେମିଫାଇନାଲ

ଆସନ୍ତା ବର୍ଷ ୟୁପିରେ ନିର୍ବାଚନ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ୨୦୨୨ରେ ହେବ  ବିଧାନସଭା ନିର୍ବାଚନ । ଏହାକୁ ଫାଇନାଲ ପୂର୍ବରୁ ବିଜେପି ସେମି ଫାଇନାଲ ବୋଲି କୁହାଯାଉଛି । ଦଳ ପକ୍ଷରୁ ବି ମିଶନ ୟୁପିକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।  ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଚଳିତ ସେପ୍ଟେମ୍ବରରେ ୨ ଥର ଉତ୍ତରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସେପ୍ଟେମ୍ବର ୧୪ରେ ପ୍ରଧାନମନ୍ତ୍ରୀ ଆଲିଗଡ଼ ଯିବେ। ସେଠାରେ ରାଜା ମହେନ୍ଦ୍ର ପ୍ରତାପ ୟୁନିଭରସିଟିର ଶିଳାନ୍ୟାସ କରିବା ସହ ଏକ ଜନସଭାରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସେପ୍ଟେମ୍ବର ୨୬ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚଳିତ ବର୍ଷ ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି । ରାଜ୍ୟକୁ ମୋଦିଙ୍କ ବାରମ୍ବାର ଗସ୍ତ କାର୍ଯ୍ୟକ୍ରମ ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ରାଜନୈତିକ ବିଶେଶଜ୍ଞଙ୍କ ମତ ।

Show More

Related Articles

Back to top button