ବାଣିଜ୍ୟ

କୋଭିଡରେ ଉଠାଣ କଟକଣା କୋହଳ କଲେ SBI

ଜାଣନ୍ତୁ ଏକା ଥରକେ ଉଠାଇ ପାରିବେ କେତେ ଟଙ୍କା

କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ସାରା ଦେଶ ପ୍ରଭାବିତ ହୋଇଛି। ଅନେକ ପ୍ରମୁଖ ସହରାଞ୍ଚଳ ଲକଡାଉନ ଥିବା ବେଳେ ବାଣିଜ୍ୟ ବ୍ୟବସାୟ ଠପ ପଡିଛି। ତେବେ ଉପୁଜିଥିବା ପରିସ୍ଥିତିରେ ଲୋକେ ଅର୍ଥର ଆବଶ୍ୟକତା ଦେଖା ଦେଲେ ଘାବରେଇ ଯାଉଛନ୍ତି। ଏଣୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ତାଙ୍କ ଗ୍ରାହକଙ୍କ ଲାଗି କରୋନା କାଳରେ ଉଠାଣ କଟକଣା କୋହଳ କରିଛନ୍ତି।ଏ ନେଇ ଏସବିଆଇ ଏକ ନୋଟିଫିକେସନ ଜାରି କରିଛନ୍ତି। ଏଥିରେ ନନ ହୋମ କ୍ୟସ୍‌ ୱିଡ୍ରାଲ ସୀମା ବଢାଇ ଦେଇଛନ୍ତି। ଏଥିରେ ଗ୍ରାହକ ଚାହିଁଲେ ଗୋଟିଏ ଦିନରେ ଏବେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ଏ ସମ୍ପର୍କରେ ଏସବିଆଇଙ୍କ ଅଧିକାରୀକ ଟ୍ୱିଟ୍‌ ହ୍ୟାଣ୍ଡଲରେ ମଧ୍ୟ ସୂଚିତ କରାଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଚେକ୍‌ ଏବଂ ୱିଡ୍ରଲ ଫର୍ମ ମାଧ୍ୟମରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ ସୁବିଧା ଦେଉଛନ୍ତି।

ଫଳରେ ଉପଭୋକ୍ତା ଏବେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ସେଭିଂ ଆକାଉଣ୍ଟରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହା ଛଡା ଏସବିଆଇ ଗ୍ରାହକଙ୍କୁ ଚେକ୍‌ ମାଧ୍ୟମରେ୧ ଲକ୍ଷ ଟଙ୍କା ଉଠାଣ ସୁବିଧା ମଧ୍ୟ ଦେଇଛନ୍ତି। ସେହିପରି ଥାର୍ଡ ପାର୍ଟି ଅର୍ଥାତ ଯାହାଙ୍କୁ ଆପଣ ଚେକ୍‌ ଜାରି କରିଛନ୍ତି ତାଙ୍କ ଲାଗି ସର୍ବାଧିକ ଉଠାଣ ସୀମାକୁ ମଧ୍ୟ ୫୦ ହଜାର କରିଛନ୍ତି। ଏସବିଆଇଙ୍କ ଏହି ନୋଟିଫିକେସନ ସହ ସାରା ଦେଶରେ ନୂଆ ନିୟମ ଲାଗୁ କରି ଦିଆଯାଇଛି। ଗ୍ରାହକ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ନେଇପାରିବେ।ଏଣୁ ମହାମାରୀରେ ଗ୍ରାହକଙ୍କୁ ଟଙ୍କା ଲାଗି ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ। ଅନେକ ଲୋକେ ଏବେ ଡାକ୍ତରୀ ଖର୍ଚ୍ଚ ଲାଗି ବାରମ୍ବାର ବ୍ୟାଙ୍କକୁ ଦଉଡିବାକୁ ବାଧ୍ୟ ହଉଛନ୍ତି। ଏଥିରେ ଏସବିଆଇଙ୍କ ଉଠାଣ ଲାଗି କୋହଳ ନୀତି ଗ୍ରାହକଙ୍କୁ ବେଶ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button