ଦେଶ ବିଦେଶବାଣିଜ୍ୟ

ଜୁନ୍ ପହିଲାରୁ ମହଙ୍ଗା ହେବ ବିମାନ ଯାତ୍ରା

ଲୋୟର ଲିମିଟ୍ ଫେୟାର ୧୩ ରୁ ୧୬ ପ୍ରତିଶତ ବୃଦ୍ଧି ହେବ

ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଭଡା ମୂଲ୍ୟର ନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା ।ଫେବୃଆରୀରେ, ଟିକେଟର ଆରମ୍ଭ ମୂଲ୍ୟ ୧୦ ପ୍ରତିଶତ ଏବଂ ସର୍ବାଧିକ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବିମାନ ଯାତ୍ରା ଭଡାର ଏହି ବୃଦ୍ଧି ଜୁନ୍ ୧ରୁ କାର୍ଯ୍ୟକାରୀ ହେବ । ତେବେ ଅଧିକ ବିମାନ ଭଡା ସୀମା ପୂର୍ବବତ୍ ରଖାଯାଇଛି ।

ସରକାରଙ୍କ ଏହି ପଦକ୍ଷେପ ବିମାନ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବ । କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ଯୋଗୁଁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି ଯାହା ଦ୍ୱାରା ସେମାନଙ୍କର ଆୟ ହ୍ରାସ ପାଇଛି ।୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତି କମରେ ୨୬୦୦ ଟଙ୍କା ଭଡା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସେହିଭଳି ୪୦ ମିନିଟରୁ ୬୦ ମିନିଟର ଉଡ଼ାଣ ଅବଧି ପାଇଁ, କମ୍ ଭଡା ସୀମା ବର୍ତ୍ତମାନ ୨୯୦୦ ଟଙ୍କା ବଦଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩,୩୦୦ ଟଙ୍କା ଦେବେ ।

Show More

Related Articles

Back to top button