Breaking PLUSଓଡ଼ିଶାମୁଖ୍ୟ ଖବର

୨୧ରେ ଲଘୁଚାପ

ଓଡିଶାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ରାଜ୍ୟରେ ଅଭାବି ବର୍ଷା ସ୍ଥିତି ଲାଗି ରହିଛି । ୧୭ ଜିଲ୍ଲାରେ ବର୍ଷା ଅଭାବ । ବର୍ତ୍ତମାନ ସୁଦ୍ଧା ମୌସୁମୀ ରାଜ୍ୟରେ ୨୧% କମ୍‌ ବର୍ଷା କରିଛି। ନିକଟରେ ଯେଉଁ ଲଘୁଚାପ ହୋଇଥିଲା, ସେଥିରେ ବି ଆଶାନୁଯାୟୀ ବର୍ଷା ହେଲାନି । ଏବେ ତାଜା ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୨୧ ତାରିଖବେଳକୁ ଆଉ ଏକ ଲଘୁଚାପ ଆସୁଛି । ଏଥର ପ୍ରବଳ ବର୍ଷିବ ଓଡ଼ିଶାରେ ।ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ମଡେଲ୍‌ର ପୂର୍ବାନୁମାନ ହେଲା, ଆସନ୍ତା ୨୧ କିମ୍ବା ୨୨ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଏଯାଏଁ ଏଭଳି କୌଣସି ସମ୍ଭାବ୍ୟ ଲଘୁଚାପ ବାବଦରେ ପୂର୍ବାନୁମାନ କରିନାହିଁ । ତଥାପି ଆଇଏମଡିର ଏକ୍ସଟେଣ୍ଡେଡେ୍‌ ରେଞ୍ଜ ମଡେଲର ଆକଳନ ଅନୁଧ୍ୟାନରୁ ଜଣାପଡ଼ିଛି, ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା କମ୍‌ ।

ସୀମାନ୍ତବର୍ତ୍ତୀ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଅଧିକ ବର୍ଷା ହୋଇପାରେ ।ଆସନ୍ତା ୨୩ରୁ ୨୯ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି । ବିଶେଷ କରି ଉତ୍ତର ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ତା’ ପରବର୍ତ୍ତୀ ସପ୍ତାହରେ (୩୦ ଜୁଲାଇରୁ ୫ ଅଗଷ୍ଟ ଯାଏଁ) ବର୍ଷା ପରିମାଣ କମିବ। ତଥାପି ଉତ୍ତର ଓଡ଼ିଶାରେ ଭଲ ବର୍ଷା ହୋଇପାରେ । ୬ ଅଗଷ୍ଟରୁ ୧୨ ଅଗଷ୍ଟ ଭିତରେ ରାଜ୍ୟରେ ବର୍ଷା ପରିମାଣ ପ୍ରାୟତଃ କମିଯିବ । କାଁ ଭାଁ ବର୍ଷା ହେବ।ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଧିକ ରହିଛି । ୧୮ ଓ ୧୯ରେ ଘଡ଼ଘଡ଼ି ସହ ବର୍ଷା ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଦିନ ଭିତରେ କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇଛି ।

Show More

Related Articles

Back to top button