
ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଉଗ୍ର ରୂପ ନେଉଛି । ଏହାରି ମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଚୀନ ବିରୁଦ୍ଧରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ନିଆଯାଉଛି । ଇତିହାସରେ ପ୍ରଥମ ଥର ପାଇଁ ବର୍ଷ ୨୦୨୦ରେ ଭାରତ ସରକାର ଚୀନର ପ୍ରାୟ ୨୫୦ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।ଲୋକପ୍ରିୟ ସ୍ମାର୍ଟ ଭିଡିଓ ଆପ୍ ଟିକ୍ଟକ୍ ଠାରୁ ଆରମ୍ଭ କରି ଅନେକଗୁଡିକ ଲୋକପ୍ରିୟ ଚାଇନିଜ୍ ଆପଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ ସରକାର ପ୍ରଥମେ ଡିଜିଟାଲ ଷ୍ଟାଇକ୍ ଜରିଆରେ ୨୯ ଜୁନ୍ ୨୦୨୦ରେ ୫୯ଟି ଆପ୍କୁ ବ୍ୟାନ୍ କରିଥିଲେ ।
ଏହା ପରେ ସମୟକ୍ରମେ ୪୭, ୧୧୮ ଏବଂ ଏହା ପରେ ୪୩ଟି ଆପକୁ ବ୍ୟାନ୍ କରାଯାଇଥିଲା । ସୂଚନା ଅଧିନିୟମ ଧାରା ୬୯-ଏ ଅନୁଯାୟୀ ଏହି ଆପ୍ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର ।ତେବେ ମୋଟ ଉପରେ କହିବାକୁ ଗଲେ ୨୦୨୦ ମସିହାରେ ଭାରତ ସରକାର ୨୬୭ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭିଡିଓ ଆପ୍ ଟିକ୍ଟକ୍ ସମେତ ଗେମିଂ ଆପ ପବ୍ଜୀ ଭଳି ଅନେକ ଲୋକପ୍ରିୟ ଆପ୍କୁ ବ୍ୟାନ କରିସାରିଛନ୍ତି ଭାରତ ସରକାର । ଏହି ଚାଇନିଜ୍ ଆପଗୁଡିକ ଉପରେ ତଥ୍ୟ ଚୋରି କରିବା ଏବଂ ଗୋପନୀୟତାକୁ ବଜାୟ ନରଖିବା ଅଭିଯୋଗରେ ଏକ ନିର୍ଦ୍ଧିଷ୍ଟ ଆଇନ ବଳରେ ବ୍ୟାନ୍ କରିଥିଲେ ଭାରତ ସରକାର ।