Breaking PLUSଓଡ଼ିଶାମୁଖ୍ୟ ଖବର

ହେଡକ୍ୱାର୍ଟର ନ ଛାଡିବାକୁ ଗଞ୍ଜାମ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । ଓଡ଼ିଶାରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ସତର୍କ ହେବା ସହ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । ଓଡ଼ିଶାରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ସତର୍କ ହେବା ସହ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ପରେ ସଂକ୍ରମଣ ନ ବଢାଇବାକୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଆରମ୍ଭ ହୋଇଛି କରୋନା ସଚେତନତା ରଥ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରଥର ଉଦ୍‌ଘାଟନ କରିଛନ୍ତି । ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକଙ୍କୁ କରିବ ସଚେତନ କରିବ ଏହି ରଥ । ୨୯ ତାରିଖ ଯାଏଁ ଦୁଇ ବ୍ଳକ ବୁଲିବ ଏହି ରଥ । ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ସେଥିରୁ ଜଣଙ୍କୁ ଚିହ୍ନଟ କରାଯାଇଛି । କରୋନା ଟିକା ନ ଆସିହା ଯାଏଁ ଆମକୁ ସତର୍କ ରହିବାକୁ ହେବ । ବିନା ଅନୁମତିରେ ସରକାରୀ କର୍ମଚାରୀ ହେଡକ୍ୱାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । କୌଣସି ସ୍ଥାନରେ ଯେପରି ଭିଡ଼ ନହୁଏ ତା ଉପରେ ମଧ୍ୟ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ଆସିଛନ୍ତି ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡକୁ ୨ ଜଣ, ନବରଙ୍ଗପୁର ୨ ଜଣ ଆସିଛନ୍ତି । ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି । ସବୁ ବ୍ରିଟେନ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର RT-PCR ଟେଷ୍ଟ ହେବ ବୋଲି ସରକାର କହିଛନ୍ତି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି ଯାହା ଅଧିକ ବେଗରେ ସଂକ୍ରମଣ ବୃଦ୍ଧି କରୁଛି ।

Show More

Related Articles

Back to top button