ମନୋରଞ୍ଜନମୁଖ୍ୟ ଖବର

‘Boycott’ ଟ୍ରେଣ୍ଡକୁ ନେଇ ଏମିତି କହିଲେ କିଙ୍ଗ୍ ଖାନ୍‌

ଭାଇରାଲ୍ ହେଉଛି ଭିଡିଓ

ବଲିଉଡ୍ ପାଇଁ ବର୍ତ୍ତମାନ ସମୟ ଭଲ ନାହିଁ। ଗୋଟିଏ ପରେ ଗୋଟିଏ, ଅନେକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହେଉଛି। କିନ୍ତୁ ଅମୀର ଖାନଙ୍କ ଲାଲ ସିଂହ ଚଡ୍ଡା ଲଗାତାର ଭାବରେ ସୋସିଆଲ ମିଡିଆରେ ବଏକଟ୍ ଟ୍ରେଣ୍ଡ୍ ରହିଛି। ଫିଲ୍ମ ଫ୍ଲପ ହେବାର ଏହା ହିଁ କାରଣ ବଏକଟ୍‌ ବୋଲି କୁହାଯାଉଛି। ତେବେ ଏଭଳି ବଏକଟ୍ ଟ୍ରେଣ୍ଡ ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଥର ଘଟିଛି। ବର୍ତ୍ତମାନ ଶାହାରୁଖ ଖାନଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏହି ଟ୍ରେଣ୍ଡ୍ ବିଷୟରେ କହୁଛନ୍ତି। ଭାଇରାଲ୍ କ୍ଲିପ୍ ରେ ଶାହରୁଖ କହିଛନ୍ତି, ‘ବେଳେବେଳେ ଏହା ଭଲ ହୋଇଥାଏ। ଯଦି ଫିଲ୍ମଟି ତୁମେ ଭାବିଥିବା ଭଳି ନଚାଲେ, ଏକ ବାହାନା ମିଳିଯାଏ। ବାହାନା ଏହା ଯେ … ସାମାଜିକ ବହିଷ୍କାର ହୋଇଥିଲା ଏଥିପାଇଁ ଚାଲିଲାନି।’

ଏହା ପରେ ସେ ଆହୁରି କହିଛନ୍ତି, ଭାରତରେ ମୋତେ ଯେତେ ଭଲପାଆନ୍ତି , ତାହା ବହୁତ କମ ଲୋକଙ୍କୁ କରାଯାଇଛି। ଏବଂ ସେହି ଭଲପାଇବା ଗୋଟିଏ କଥାରେ କିମ୍ବା ଦୁଇଟି ଜିନିଷରେ …ଭୁଲ ଠିକ୍ ଲୋକ ବୁଝନ୍ତି…ମୁଁ ଭାବୁନାହିଁ ଏହା ମୋ ଫିଲ୍ମ ଉପରେ କୌଣସି ପ୍ରଭାବ ପକାଇଛି କି ଆଗକୁ ମୋତେ ଆଉ ମୋ ଫିଲ୍ମକୁ କେବେ ପ୍ରଭାବିତ କରିବ ।

Show More

Related Articles

Back to top button