Breaking PLUSବାଣିଜ୍ୟମୁଖ୍ୟ ଖବର

ଶସ୍ତାରେ ସୁନା କିଣିବାର ଶେଷ ସୁଯୋଗ

 ୧୦ ଗ୍ରାମ୍‌ରେ ପାଇବେ ୨୧୮୬ଟଙ୍କାର ଲାଭ

ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ସରକାରଙ୍କ ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନା ଅଧୀନରେ ସୁନାରେ ନିବେଶ କରିପାରିବେ । ଏଥିରେ ନିବେଶ କରିବା ଦ୍ଵାରା ଆପଣଙ୍କୁ ବଜାର ଦର ଅପେକ୍ଷା ଶସ୍ତାରେ ସୁନା ମିଳିବ । ଏହି ଯୋଜନା ଏଥର ଅଗଷ୍ଟ ୨୨ ରୁ ୨୬ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । ଆଜି ଏହାର ଶେଷ ଦିନ । ସୋଭରେନ୍ ଯୋଜନା ଡିଜିଟାଲ୍ ଗୋଲ୍ଡରେ ବିନିଯୋଗ କରିବାର ଏକ ଉପାୟ । ସୋଭରେନ୍ ଗୋଲ୍ଡ ବଣ୍ଡରେ ଆପଣଙ୍କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ଦିନ ବନ୍ଦ ହୋଇଥିବା ୫୨୦୯୪ ଟଙ୍କା ପ୍ରତି ୧୦ ଗ୍ରାମ ବଦଳରେ ୫୧୪୭୦ ଟଙ୍କାରେ ମିଳିବ । ଗୋଟିଏ ଗ୍ରାମ ସୁନା କିଣିବା ବେଳେ ଆପଣଙ୍କୁ ୫୧୪୭ ଟଙ୍କା ଦେବାକୁ ପଡିବ । ତେବେ ସୋଭରେନ୍ ଗୋଲ୍ଡ ବଣ୍ଡର ଦ୍ୱିତୀୟ ସିରିଜ୍ ଅଧୀନରେ ଆରବିଆଇ ବଣ୍ଡର ଇସ୍ୟୁ ମୂଲ୍ୟ ପ୍ରତି ଗ୍ରାମ ପିଛା ୫୧୯୭ ଟଙ୍କା ସ୍ଥିର କରିଛି । କିନ୍ତୁ ଯଦି ଆପଣ ଡିଜିଟାଲ୍ ପେମେଣ୍ଟ୍ କରୁଛନ୍ତି ତେବେ ଆପଣଙ୍କୁ ଏହା ଉପରେ ଆପଣଙ୍କୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ମିଳିବ ।

ଅର୍ଥାତ, ଯଦି ଆପଣ ୧୦ ଗ୍ରାମ ସୁନା କିଣୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୫୧୪୭୦ ଟଙ୍କା ଦେବାକୁ ପଡିବ । ଆପଣଙ୍କୁ ଏହି ସୁନା ୫୨୦୯୪ ଟଙ୍କା ବଦଳରେ ୬୨୪ ଟଙ୍କା କମ୍ ମୂଲ୍ୟରେ ୫୧୪୭୦ ଟଙ୍କାରେ ମିଳିବ । ଚଳିତ ଥର ୨୨ ଅଗଷ୍ଟରୁ ଆରମ୍ଭ ହୋଇଥିବା ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମର ଶେଷ ଦିନ ୨୬ ଅଗଷ୍ଟ ରହିଛି । ଏହା ପୂର୍ବରୁ ଆରବିଆଇ ପ୍ରଥମ ସିରିଜ୍ କୁ ଜୁନ୍ ୨୦ରୁ ଜୁନ୍ ୨୪ ପର୍ଯ୍ୟନ୍ତ ଆରମ୍ଭ କରିଥିଲା ​​। ଜୁନ୍ ମାସରେ ଆସିଥିବା ସୋଭରେନ ଗୋଲ୍ଡ ବଣ୍ଡ ସ୍କିମର ପ୍ରଥମ ସିରିଜ ସୁନା ମୂଲ୍ୟ ପ୍ରତି ଗ୍ରାମ ୫୦୯୧ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥର ମୂଲ୍ୟ ଗ୍ରାମ ପିଛା ୧୦୬ ଟଙ୍କା ବୃଦ୍ଧି ପାଇଛି ।

Show More

Related Articles

Back to top button