Breaking PLUSଓଡ଼ିଶାମୁଖ୍ୟ ଖବର

ଆପୋଷ ସମାଧାନ ପାଇଁ କୋର୍ଟରେ ହାଜର ବର୍ଷା-ଅନୁଭବ

କଟକ- ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟ କଟକ SDJM କୋର୍ଟରେ ହାଜର ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି । ଅନୁଭବଙ୍କ ବିରୋଧରେ ହୋଇଥିବା ଘରୋଇ ହିଂସା ଅଭିଯୋଗ ମାମଲାରେ କାଉନସେଲିଂ ଚାଲିଛି । ପୂର୍ବରୁ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ମାମଲା ଓ ବର୍ଷାଙ୍କ ଏକାଠି ରହିବା ଆବେଦନ ଖାରଜ ହୋଇଯାଇଛି । କଟକ ପରିବାର ଅଦାଲତ ଏହାକୁ ଖାରଜ କରିଥିଲେ ।

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ କଟକ ପରିବାର ଅଦାଲତରୁ ଝଟକା ପରେ, ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ । ଠାର ଠାରରେ ବର୍ଷାଙ୍କ ଚାପରେ ତାଙ୍କୁ ନ୍ୟାୟ ମିଳିଲାନି ବୋଲି ଅନୁଭବ ଲେଖିଥିବା ବେଳେ, ବର୍ଷା ଲେଖିଛନ୍ତି ଯେ, ଅନୁଭବଙ୍କ ଛାଡ଼ପତ୍ର ଆବେଦନର ହୀନ ଉଦ୍ଦେଶ୍ୟ ଧରାପଡ଼ିଛି । ସେପଟେ ଏହି ସେଲିବ୍ରିଟି କଳି ଆଗକୁ କେଉଁ ମୋଡ଼ ନେଉଛି, ତାକୁ ନେଇ ଦେଖାଦେଇଛି ଉତ୍ସୁକତା ।

Show More

Related Articles

Back to top button