Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଏସୀୟ କ୍ରୀଡା-ରୋଇଂରେ ଭାରତକୁ କାଂସ୍ୟ

ହାଙ୍ଗଝୁ- ରୋଇଂରେ ଭାରତକୁ କାଂସ୍ୟ । ଏସୀୟ କ୍ରୀଡାରେ ସୋମବାର ଦିନ ରୋଇଂରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ଫୋର ବିଭାଗରେ ଭାରତକୁ ମିଳିଛି କାଂସ୍ୟ ପଦକ ।
ଜସବିନ୍ଦର ସିଂହ, ଭୀମ ସିଂହ, ପୁନିତ କୁମାର, ଆଶିଷଙ୍କ ଟିମ 6.10.81 ସେକେଣ୍ଡରେ ଏହି ପଦକ ହାସଲ କରିଛନ୍ତି । ଏହି କ୍ରୀଡାରେ ଉଜବେକିସ୍ତାନ 6.04.96 ସେକେଣ୍ଡରେ ସୂର୍ଣ୍ଣ ପଦକ ଜିତିଥିବା ବେଳେ ଚୀନ 6.10.04 ସେକେଣ୍ଡ ସହିତ ରୌପ୍ୟ ହାସଲ କରିଛି ।
ସୂଚନାଯୋଗ୍ୟ ରୋଇଂରେ ଏହା ଭାରତର ଚତୁର୍ଥ ପଦକ । ଏହାପୂର୍ବରୁ ଯୁଗଳ ପୁରୁଷ ଫାଇନାଲରେ ବାବୁଲାଲ ଯାଦବ ଓ ଲେଖରାମଙ୍କ ଯୋଡି 6.50.41 ମିନିଟରେ ରେସ ସମ୍ପୂର୍ଣ୍ଣ କରିବା ସହ କାଂସ୍ୟ ପଦକ ଜିତିଥିଲେ । ସେହିପରି ବେଟ୍ ଡବଲ୍ସ ସ୍କଲ ଇଭେଣ୍ଟରେ ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହଙ୍କ ଯୋଡି ରୌପ୍ୟ ପଦକ ହାସଲ କରିଥିଲା । ଏହାସହିତ ଭାରତୀୟ ପୁରୁଷ ଟିମ ମେସ-8 ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲା ।
ଏହାପୂର୍ବରୁ ଆଜି ଏକକ ସ୍କଲାର ବଲରାଜ ପାୱାର ପଦକ ପାଇବାରୁ ବାଦ ପଡିଥିଲେ। ବଲରାଜ ଭଲ ଆରମ୍ଭ କରିଥିଲେ, କିନ୍ତୁ ଶେଷରେ ସେ 7: 08.79 ସେକେଣ୍ଡ ସମୟ ସହିତ ଚତୁର୍ଥ ସ୍ଥାନରେ ରହିଲେ । ସେ 1500 ମିଟରରେ ପୋଡିୟମ ତିଆରି କରିବାକୁ ସ୍ଥିର ହୋଇଥିଲେ କିନ୍ତୁ ଶେଷ 500 ମିଟରରେ ଖସି ଯାଇଥିଲେ ।

Show More

Related Articles

Back to top button