Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ, ୩ଟି ସିପ୍ଟିଂରେ ହେବ ପରୀକ୍ଷା

ଓଜେଇଇ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ଏଥର ୩ଟି ସିପ୍ଟିଂରେ ହେବ ପରୀକ୍ଷା । ଅକ୍ଟୋବର ୧୨ ଓ ୧୯ ଯାଏଁ ଦୁଇ ଘଂଟା ଅବଧି ବିଶିଷ୍ଟ ପରୀକ୍ଷା କରାଯିବ

ଓଜେଇଇ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ଏଥର ୩ଟି ସିପ୍ଟିଂରେ ହେବ ପରୀକ୍ଷା । ଅକ୍ଟୋବର ୧୨ ଓ ୧୯ ଯାଏଁ ଦୁଇ ଘଂଟା ଅବଧି ବିଶିଷ୍ଟ ପରୀକ୍ଷା କରାଯିବ । ଚଳିତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଓଜେଇଇ ଲାଗି ଆବେଦନ କରିଛନ୍ତି । ମୋଟ ୭୯ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ଏନେଇ ଆବେଦନ କରିଛନ୍ତି ।

ଏନେଇ ଅକ୍ଟୋବର ୫ ତାରିଖରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଲଗଇନ୍ ଆଇଡି ଓ ପାସୱାର୍ଡ ବ୍ୟବହାର କରି ଛାତ୍ରଛାତ୍ରୀ ମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ।

Show More

Related Articles

Back to top button